ETV Bharat / state

ଅବ୍ୟବସ୍ଥା ଘେରରେ ପ୍ରସିଦ୍ଧ ବ୍ୟାସ ସରୋବର ପୀଠ, ବିକାଶ ପାଇଁ ଉଠିଲା ଦାବି

author img

By

Published : Mar 2, 2023, 10:18 AM IST

ଯାଜପୁର ଜିଲ୍ଲାର ଶହଶହ ବର୍ଷର ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠ ଆଜି ଅବହେଳିତ । ଏନେଇ ଜିଲ୍ଲାବାସୀଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ । ଅଧିକ ପଢନ୍ତୁ

byasa sarobar jajpur
byasa sarobar jajpur
byasa sarobar jajpur

ଯାଜପୁର: ଅବହେଳିତ ଅବସ୍ଥାରେ ପଡି ରହିଛି ଯାଜପୁର ଜିଲ୍ଲାର ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠ ଯଥା ପର୍ଯ୍ୟଟନସ୍ଥଳୀ । ଆଜିକୁ ଶହ ଶହ ବର୍ଷ ପୁରାତନ ଏହି ପୀଠରେ ଶ୍ରଦ୍ଧାଳୁ ବା ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ, ଶୌଚାଳୟ କିମ୍ବା ପିଇବା ପାଣି ଠାରୁ ଆରମ୍ଭ କରି ରାସ୍ତାଘାଟର ସେ ଭଲି ସୁବ୍ୟବସ୍ଥା ହୋଇ ପାରିନାହିଁ । ଯାହାକୁ ନେଇ ଜିଲ୍ଲା ବାସୀଙ୍କ ଭିତରେ ଦେଖା ଦେଇଛି ଅସନ୍ତୋଷ ।

ସେପଟେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବା ପରେ ଏହାର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ 64କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ମାତ୍ର ଏହି ପୀଠର ନିର୍ମାଣ କାର୍ଯ୍ୟ ଚାଲିବା ସମୟରେ ବିନା ପରିବେଶ ମଞ୍ଜୁରୀରେ ଜଙ୍ଗଲ ଜମିରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଥିବା ଦର୍ଶାଇ ଏନଜିଟି କାର୍ଯ୍ୟ ଉପରେ ରୋକ୍ ଲଗାଇଲା । ଫଳରେ ପ୍ରକଳ୍ପ କାର୍ଯ୍ୟ ଅଧାରୁ ବନ୍ଦ ହେଇ ପଡି ରହିଛି । ପ୍ରକଳ୍ପ କାର୍ଯ୍ୟ ବନ୍ଦ ହେବା ଏବଂ ପୀଠର ବିକାଶ ନହେବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି l

ଯାଜପୁରର ଏହି ପ୍ରସିଦ୍ଧ ବ୍ୟାସସରୋବର ପୀଠ ଆଜି ଅବହେଳିତ । ଏହି ପୀଠ ବା ପର୍ଯ୍ୟଟନସ୍ଥଳୀକୁ ଯାତ୍ରୀ ବା ପର୍ଯ୍ୟଟକ ଆସିଲେ ରହିବାକୁ ଘର, ପାନୀୟ ଜଳ, ଶୌଚ ପାଇଁ ଶୌଚାଳୟ ଟିଏ ବି ନାହିଁ । ପର୍ଯ୍ୟଟନସ୍ଥଳୀକୁ ଆସିବାକୁ ହେଲେ ପର୍ଯ୍ୟଟନସ୍ଥଳୀର ମୁଖ୍ୟ ରାସ୍ତାଘାଟ ଖାଲଖମାରେ ଭର୍ତ୍ତି ଯୋଗୁଁ ଯାତ୍ରୀ ମାନେ ବାଇକରେ ଆସିବା ତ ଦୂରର କଥା ଚାଲିକି ବି ଆସିବା ଅସମ୍ଭବ l ସେପଟେ ଏହି ରାସ୍ତା ମରାମତି ବି କରାଯାଉ ନାହିଁ ବୋଲି ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ ଯେ, ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବା ପରେ ବିକାଶ ପାଇଁ 64କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେଉଥିଲା ଏକ ସୁନ୍ଦର ପର୍ଯ୍ୟଟନ ପ୍ରକଳ୍ପ । ପୀଠ ନିକଟରେ ବହି ଯାଇଥିବା ଗଣ୍ଡାନାଳ,ଏହାର ପୁଷ୍କରିଣୀ, ଆମ୍ବତୋଟା, ଗୁପ୍ତଗଙ୍ଗା, ରାଘବଜୀଉ ଓ ବ୍ୟାସଦେବଙ୍କ ମନ୍ଦିର ଆଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ବିନା ଜଙ୍ଗଲ ଓ ପରିବେଶ ମଞ୍ଜୁରୀରେ ଅର୍ଦ୍ଧାଧିକ ଭାଗ ଜଙ୍ଗଲ ଜମିରେ ଏହି କାର୍ଯ୍ୟ କରାଯାଉ ଥିବାରୁ ଜଣେ ବ୍ୟକ୍ତି ଏନଜିଟି ନିକଟରେ ଫେରାଦ ହୋଇଥିଲେ । ଯାହାକୁ ଭିତ୍ତି କରି ଏନଜିଟି ଏହା ଉପରେ ରୋକ୍ ଲଗାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗକୁ ଦାୟୀ କରିବା ସହିତ ଏହାର ବିକାଶ ପାଇଁ ଦାବି କରିଛନ୍ତି l

ସେହିପରି ପ୍ରକାଶଥାଉ କି ବ୍ୟାସସରୋବର ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ପର୍ଯ୍ୟଟକ ବିଭାଗ ପକ୍ଷରୁ ଏଠାରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଏହି ଅଭିଯୋଗ ପରେ ଗ୍ରୀନ ଟ୍ରିବ୍ୟୁନାଲ ଜିଲ୍ଲାପାଳ ଯାଜପୁର ଏବଂ କଟକ ଡିଏଫଓଙ୍କୁ ଜବାବ୍ ମଧ୍ୟ ମାଗିଥିଲେ । ଫଳରେ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ । ତେବେ ପ୍ରକଳ୍ପ ବନ୍ଦ ରହିବା ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । ଏଥି ସହିତ ପୀଠ ପରିସର ଅବ୍ୟବସ୍ଥା ଘେରରେ ଥିବାରୁ ଯାତ୍ରୀ ବା ପର୍ଯ୍ୟଟକ ଏହାର ସୁଧାର ଆଣିବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଗଣପର୍ବ ବଡ଼ଯାତ୍ରା ଆରମ୍ଭ, ଆନ୍ଧ୍ର ପ୍ରଦେଶର ପୋଲେରୁ ଠାରେ ସ୍ନାନଯାତ୍ରା ସାରି ବାହାରିଲେ ଠାକୁର

ସେପଟେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଚାଲିଛି, ଯେଉଁ ଯେଉଁ ସମସ୍ୟା ରହିଛି ଖୁବଶୀଘ୍ର ପୂରଣ ହେବ । ତେବେ ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀ ଉପରୁ ଏନଜିଟି ଛାଟକୁ ହଟାଇ ଏହି ପୀଠର ପାରିପାର୍ଶ୍ବିକ ଉନ୍ନତି ଓ ଭିତ୍ତିଭୂମିର ବିକାଶ ପାଇଁ ସାଧାରଣରେ ଦାବି ହେଉଛି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.