ଯାଜପୁର: ଓଲିଉଡ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପିଲା ବାଳାଶ୍ରମ ପଡିଆ । ଯାଜପୁର ଜିଲ୍ଲା ମହୋତ୍ସବ ଯଯାତିର ଦ୍ବିତୀୟ ସଂଧ୍ୟାରେ ଓଲିଉଡ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପିଲା ବାଳାଶ୍ରମ ପଡିଆ ।
ଦ୍ବିତୀୟ ସଂଧ୍ୟାରେ ଓଲିଉଡର ଚୁଲବୁଲି ନାୟିକା ଅର୍ଚିତା ମୁଖ୍ୟ ଆକର୍ଷଣ ଥିବାବେଳେ କଣ୍ଠଶିଳ୍ପୀ ଦିପ୍ତିରେଖା, ତପୁ ମିଶ୍ର ଏବଂ ଜେମସଙ୍କ ହିଟ ଗୀତରେ ଝୁମିଥିଲେ ଦର୍ଶକ । ସେହିପରି କମେଡିଆନ ପ୍ରଜ୍ଞାଙ୍କ ଦମଦାର କମେଡି ଉପସ୍ଥିତ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥିଲା ।
ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର , ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦର୍ଶକ ମାନଙ୍କ ଭଲ ପାଇବା ଦେଖି କଳାକାର ମାନେ ମଧ୍ୟ ବେଶ ଉତ୍ସାହିତ ହୋଇଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ