ETV Bharat / state

ସମ୍ଭାବ୍ୟ ବାତ୍ୟାକୁ ନେଇ ଯାଜପୁର ଜିଲ୍ଲା ଅଗ୍ନିଶମ ବିଭାଗର ପ୍ରସ୍ତୁତି

author img

By

Published : May 23, 2021, 5:32 PM IST

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ତେବେ ବାତ୍ୟାର ସ୍ପଷ୍ଟ ଚିତ୍ର ଯଦିଓ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇନାହିଁ, ତେବେ ଏଥିପାଇଁ ଗ୍ରାମ୍ୟ ସ୍ତରରୁ ବ୍ୟାପକ ପ୍ରସ୍ତୁତି ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟାକୁ ନେଇ ଯାଜପୁର ଜିଲ୍ଲା ଅଗ୍ନିଶମ ବିଭାଗର ପ୍ରସ୍ତୁତି
ସମ୍ଭାବ୍ୟ ବାତ୍ୟାକୁ ନେଇ ଯାଜପୁର ଜିଲ୍ଲା ଅଗ୍ନିଶମ ବିଭାଗର ପ୍ରସ୍ତୁତି

ଯାଜପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ। ତେବେ ବାତ୍ୟାର ସ୍ପଷ୍ଟ ଚିତ୍ର ଯଦିଓ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇନାହିଁ, ତେବେ ଏଥିପାଇଁ ଗ୍ରାମ୍ୟ ସ୍ତରରୁ ବ୍ୟାପକ ପ୍ରସ୍ତୁତି ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଅନୁଧ୍ୟାନ, ଆବଶ୍ୟକ ସ୍ଥଳେ ମରାମତି, ଆବଶ୍ୟକୀୟ ଦ୍ରବ୍ୟର ଉପଲବ୍ଧ, ଉପଲବ୍ଧ ଥିବା ବୋଟଯାଞ୍ଚ, ଆସ୍କା ଲାଇଟ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ସ୍ଥିତି ନିରୀକ୍ଷଣ ପାଇଁ ପରାମର୍ଶ ଦେଇଛନ୍ତି।

ଅଗ୍ନିଶମ ବିଭାଗ ନିଜର ଯନ୍ତ୍ରପାତି ସହ ପ୍ରସ୍ତୁତି ରହିବାକୁ ଜିଲ୍ଳାପାଳ ପରାମର୍ଶ ଦେଇଛନ୍ତି। ଯେଉଁ କୃଷକଙ୍କ ଚାଷ କରିଥିବା ଧାନ ଓ ଅନ୍ୟାନ୍ୟ ଫସଲ ଅମଳ ଯୋଗ୍ୟ ହୋଇଗଲାଣି, ସେଗୁଡିକୁ ତୁରନ୍ତ ନିରାପଦ ସ୍ଥାନକୁ ଆଣିବା ସହ କୃଷି ବିଭାଗ ସମସ୍ତ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଳାର ୯ ଗୋଟି ବ୍ଳକରେ ୨୬ ଗୋଟି ବହୁମୁଖୀ ଆଶ୍ରୟସ୍ଥଳ ରହିଛି । ବିଦ୍ୟୁତ ଓ ଯୋଗାଯୋଗ ବ୍ୟବସ୍ଥାକୁ ଯଥା ସମ୍ଭବ ସଂଯୋଗର ପଦକ୍ଷେପ ନିଆଯିବ ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ପାଇଁ ଜେନେରେଟର ସେଟ, ଆସ୍କା ଲାଇଟର ବ୍ୟବସ୍ଥା କରାଯିବା, ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଥିବାରୁ କ୍ଷତିଗ୍ରସ୍ତ ଅଞ୍ଚଳରୁ ଯଥାଶ୍ରଘ୍ର ଲୋକ ଓ ଜୀବଜନ୍ତୁଙ୍କୁ ନିରାପଦ ସ୍ଥାନକୁ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି ।

ଏହା ସହ ବାତ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲାରେ ପ୍ରସ୍ତୁତ ଅଛନ୍ତି ଅଗ୍ନିଶମ ବାହିନୀ । ତେବେ ଏହି ବାତ୍ୟାକୁ ଆଖି ଆଗରେ ରଖି ଜିଲ୍ଲାରେ 11ଟି ଅଗ୍ନିଶମ ବାହିନୀ ପ୍ରସ୍ତୁତ ଥିବାବେଳେ ଜିଲ୍ଲାକୁ ଆଉ ତିନୋଟି ଟିମ୍ ପଠାଯାଇଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ କିପରି ପ୍ରସ୍ତୁତ ଅଛନ୍ତି ଯାଜପୁର ? ଅଗ୍ନିଶମ ବାହିନୀ ପକ୍ଷରୁ ଆସ୍କା ଲାଇଟି 7ଟି ରଖାଯାଇଥିବା ବେଳେ ପାୱାର ମେସିନ 27ଟି ରଖା ଯାଇଛି । ତେବେ ଆବଶ୍ୟକ ପଡିଲେ ଅଧିକ ଉପକରଣ ମଗାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ । ଏହାସହ ବାତ୍ୟାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ଅଗ୍ନିଶମ ବାହିନୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.