ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଯାଜପୁର ବିଜେଡି

ମୁଖ୍ୟମନ୍ତ୍ରୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ଦଳର ରାଜ୍ୟ ସଂଗଠନ ସମ୍ପାଦକ ଭାବେ ଦାୟିତ୍ବ ଅର୍ପଣ କରିଛନ୍ତି । ଏନେଇ ଯାଜପୁର ଜିଲ୍ଲା ବିଜେଡି ତଥା ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି ।

ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

author img

By

Published : Mar 7, 2020, 9:18 PM IST

ଯାଜପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ଦଳର ରାଜ୍ୟ ସଂଗଠନ ସମ୍ପାଦକ ଭାବେ ଦାୟିତ୍ବ ଅର୍ପଣ କରିଛନ୍ତି । ସେଥିପାଇଁ ଏକ ଦଳୀୟ କାର୍ଯ୍ୟକ୍ରମ ଜରିଆରେ ଯାଜପୁର ଜିଲ୍ଲା ବିଜେଡି ତଥା ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି ।

ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଏଥିସହ ଦଳୀୟ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଓ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଦଳୀୟ କର୍ମକର୍ତ୍ତାଗଣ ମା’ ବିରଜାଙ୍କୁ ଦର୍ଶନ କରି ମା’ଙ୍କ ନିକଟରେ ଏହି ପ୍ରାର୍ଥନା କରିଥିଲେ। ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଗତ ନିର୍ବାଚନ ଗୁଡିକରେ ତାଙ୍କର କାର୍ଯ୍ୟଦକ୍ଷତା, ଦଳ ପ୍ରତି ଆନୁଗତ୍ୟତା ଓ କାର୍ଯ୍ୟଦକ୍ଷତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ଏକ ଗୁରୁ ଦାୟିତ୍ବ ଅର୍ପଣ କରିଥିବା ଦଳୀୟ କର୍ମକର୍ତ୍ତା କହିଥିଲେ।

ଏଥିରେ ବିଧାୟକଙ୍କ ଦାଦା କର୍ଣ୍ଣଟକେଶରୀ ଦାସ ଓ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଊର୍ଦ୍ଧ୍ବ ଦଳୀୟ କର୍ମୀ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସମଗ୍ର ଜିଲ୍ଲାରେ ବିଜେଡି ଶିବିରରେ ଖୁସିର ଲହରି ଖେଳିଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.