ETV Bharat / state

ଲିଫ୍ଟ ଦେଇ କରୁଥିଲ ଲୁଟ, 4 ହାଇୱେ ଲୁଟେରାଙ୍କୁ ମାଡି ବସିଲା ପୋଲିସ

author img

By

Published : Feb 17, 2021, 8:31 PM IST

ଯାଜପୁର ଜିଲ୍ଲାର ବଡ଼ଚଣା ପୋଲିସ ଦ୍ୱାରା 4 କୁଖ୍ୟାତ ଲୁଟେରା ଗିରଫ । ସେମାନଙ୍କ ନିକଟରୁ 2 ବାଇକ୍, 2 ଲାପଟପ୍, କିଛି ସୁନା ଅଳଙ୍କାର, ନଗଦ ଟଙ୍କା ଓ ନିଶା ଟାବଲେଟ ଜବତ କରିଛି ପୋଲିସ । ଅଧଇକ ପଢନ୍ତୁ...

ବଡ଼ଚଣା ପୋଲିସ ଦ୍ୱାରା 4 କୁଖ୍ୟାତ ଲୁଟେରା ଗିରଫ

ଯାଜପୁର : ଜିଲ୍ଲାର ବଡ଼ଚଣା ପୋଲିସ 4 କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 2 ବାଇକ୍, 2 ଲାପଟପ୍, କିଛି ସୁନା ଅଳଙ୍କାର, ନଗଦ ଟଙ୍କା ଓ ନିଶା ଟାବଲେଟ ଜବତ କରିଛି ପୋଲିସ । ଜାତୀୟ ରାଜପଥରେ ବାଇକରେ ଲିଫ୍ଟ ଦେବା ବାହାନାରେ ଜଣେ ଲୋକଙ୍କୁ ନିଶା ଦେଇ ଲୁଟ୍ କରୁଥିଲେ ଏମାନେ ।

ଜଣେ ବ୍ୟକ୍ତିଙ୍କୁ ଜଗତପୁରରୁ ଲିଫ୍ଟ ଦେଇଥିଲେ ଏହି ଲୁଟେରା । ତାଙ୍କୁ ଚଣ୍ଡିଖୋଲ ଆଣିବା ବାଟରେ ଏକ ଦୋକାନରେ ରହି ଚା ଦେଇଥିବା ବେଳେ ସେଥିରେ ତାଙ୍କୁ ନିଶା ବଟିକା ଦେଇଥିଲେ । ସମ୍ପୃକ୍ତ ଯୁବକଙ୍କୁ ନିଶା ହେବା ପରେ ଯୁବକଙ୍କୁ ଲୁଟ କରି ଫେରାର ହୋଇ ଯାଇଥିଲେ ଲୁଟେରା ମାନେ । ଯୁବକ ଜଣକ ଏ ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ବିଭିନ୍ନ ଥାନାରେ ଏମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି । ଲୁଟେରା ମାନେ କେନ୍ଦ୍ରାପଡ଼ା ଓ ଜଗତସିଂପୁର ଅଞ୍ଚଳର ବୋଲି ଜଣା ପଡିଛି । ବଡଚଣା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.