ଯାଜପୁର: ହାଥରସର ଗଣଦୁଷ୍କର୍ମ ପ୍ରସଙ୍ଗ । ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯିବା ଏବଂ ଗିରଫ କରାଯାଇଥିବାକୁ ନେଇ ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ଓ କୁଶପୁତ୍ତଳିକା ଦାହ କରାଯାଇଛି ।
ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ୱରେ ବହୁ ସଂଖ୍ୟକ କଂଗ୍ରେସକର୍ମୀ ଗାନ୍ଧି ପ୍ରତିମୂର୍ତ୍ତୀ ନିକଟରେ ପ୍ରତିବାଦ କରିଥିଲେ । ପରେ ଏକ ପ୍ରତିବାଦ ଯାତ୍ରାରେ ଆସି ଡିଆରଡିଏ ଅଫିସ ସମ୍ମୁଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ, ଅଞ୍ଚଳ ଦାସ, ପଦ୍ମାକର ଗୁରୁ, ବଳଭଦ୍ର ଦାସ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ