ETV Bharat / state

'ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ଅନୁରୋଧ କଲେ ଯାଜପୁର ଜିଲ୍ଲାପାଳ

କୋରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ଯରେ 'ବନ୍ଦେ ଉତ୍କଳ ଜନନୀ' ଗାଇବାକୁ ଅନୁରୋଧ କରିଛନ୍ତି ଯାଜପୁର ଜିଲ୍ଲାପାଳ । ଜିଲ୍ଲାର କୋଭିଡ ହସ୍ପିଟାଲର ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

'ବନ୍ଦେଉତ୍କଳ ଜନନୀ ଗାନ କରିବାକୁ ଅନୁରୋଧ କଲେ ଯାଜପୁର ଜିଲ୍ଲାପାଳ'ବନ୍ଦେଉତ୍କଳ ଜନନୀ ଗାନ କରିବାକୁ ଅନୁରୋଧ କଲେ ଯାଜପୁର ଜିଲ୍ଲାପାଳ
'ବନ୍ଦେଉତ୍କଳ ଜନନୀ ଗାନ କରିବାକୁ ଅନୁରୋଧ କଲେ ଯାଜପୁର ଜିଲ୍ଲାପାଳ
author img

By

Published : May 29, 2020, 7:32 PM IST

ଯାଜପୁର: କୋରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି(ଶନିବାର) ସନ୍ଧ୍ୟା 5.30 ମିନିଟ୍‌ରେ ସମସ୍ତଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲାରେ ଏହାକୁ ସରକାରୀ ଭାବେ ପାଳନ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ଜିଲ୍ଲାର ପ୍ରମୁଖ ଛକ ବଜାରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

'ବନ୍ଦେଉତ୍କଳ ଜନନୀ ଗାନ କରିବାକୁ ଅନୁରୋଧ କଲେ ଯାଜପୁର ଜିଲ୍ଲାପାଳ

ଏଥିସହିତ ଜିଲ୍ଲାର କୋଭିଡ ହସ୍ପିଟାଲର ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେଣୁ ପ୍ରତ୍ୟେକ ବ୍ୟକ୍ତି ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିବେଦନ କରିଛନ୍ତି ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ । କୋରୋନା ମହାମାରୀ ବିରୋଧରେ ହେଉଥିବା ଲଢ଼େଇରେ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ସମସ୍ତଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.