ETV Bharat / state

‘କୋଭିଡ୍ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ’

author img

By

Published : Jun 19, 2021, 10:23 PM IST

ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର । ଅଧିକ ପଢନ୍ତୁ...

jajpur collector reaction-on-covid-third-wave
କୋରୋନାର ତୃତୀୟ ଲହର ପ୍ରସ୍ତୁତି ନେଇ ପତିକ୍ରିୟା ରଖିଲେ ଜିଲ୍ଲାପାଳ

ଯାଜପୁର: ଭାରତରେ କୋରୋନା ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଧା ଆସିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ତେବେ ସମ୍ଭାବ୍ୟ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ।

ପୂର୍ବାପକ୍ଷା ଜିଲ୍ଲାରେ କୋଭିଡ ସ୍ଥିତି ଭଲ ଥିବାବେଳେ ଏବେ କୋରୋନା ରୋଗୀ ଚିହ୍ନଟ ହାର ପୂର୍ବାପେକ୍ଷା ପ୍ରତିମାସ ଯଥେଷ୍ଟ ହ୍ରାସ ପାଉଛି । ଏଥିସହିତ ଏବେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଗୁରୁତର ରୋଗୀଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି ।

ଲକ୍‌ଡାଉନ୍ ଶେଷ ସୁଧା କୋରୋନା ସ୍ଥିତି ଜିଲ୍ଲାରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣକୁ ଆସିଯିବ ବୋଲି ଜିଲ୍ଲାପାଳ କହିଥିବାବେଳେ ତୃତୀୟ ଲହର ପାଇଁ ଅତି କମରେ ତିନି ଶହରୁ ଉର୍ଦ୍ଧ୍ବ ବେଡ୍ କ୍ଷମତା ବିଶିଷ୍ଟ ଏକ ହସ୍ପିଟାଲକୁ ଟାଟା ଷ୍ଟିଲ୍ ମିଳିତ ସହଯୋଗରେ ଖୋଲାଯିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ । ଏଥି ସହିତ ଦୁଇଟି ନୂଆ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟ ମଧ୍ୟ ଚାଲୁ ରହିଥିବାବେଳେ ତୃତୀୟ ଲହର ପହଞ୍ଚିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏହାର ମୁକାବିଲା ପାଇଁ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.