ETV Bharat / state

କମାରଶାଳରେ ଶୁଭୁନି ହାତୁଡି ଶଦ୍ଦ, ହାତବାନ୍ଧି ବସିଛି କାରିଗର - ଦୁର୍ଦ୍ଦିନରେ କଂସାପିତଳ କାରିଗର

କୋରୋନା ଛଡାଇନେଇଛି ଜୀବିକା । ଦୁର୍ଦ୍ଦିନରେ 200 ରୁ ଊର୍ଦ୍ଧ କଂସାପିତଳ କାରିଗର ପରିବାର । କୋରୋନା ଜନିତ ନାନା କଟକଣା ଯୋଗୁଁ ରୋଜଗାର ହରାଇ ଏବେ ଦୁଃଖରେ ଦିନ କାଟୁଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଅଂଚଳର କଂସାପିତଳ କାରିଗର । ବିକ୍ରି ହେଉନି ସେମାନଙ୍କ ସାମଗ୍ରୀ । ୫ ମାସ ହେବ ହାତାବନ୍ଧି ବସିଛନ୍ତି । ଫଳରେ ପରିବାର ପ୍ରତିପୋଷଣ କରିବା ଏବେ କଷ୍ଟକର ହୋଇପଡିଛି । ରୋଜଗାର ନଥିବାରୁ ଆଗକୁ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତା ବଢିଯାଇଛି ।

କମାର ଶାଳରୁ ଶୁଭୁନି ହାତୁଡି ଶଦ୍ଦ, ହାତ ବାନ୍ଧି ବସିଛି କାରିଗର

author img

By

Published : Aug 15, 2020, 9:33 PM IST

ଯାଜପୁର: ହାଡ ଭଙ୍ଗା ପରିଶ୍ରମକୁ, ହାତୁଡି ମାଡ । ନିଆଁ ଝାସ ପାଖରେ ଲୁହାରେ ଲହୁ ଢାଳି କାମ ଚାଲେ । ଦିନରାତି ଏକ କରି କଷ୍ଟକୁ ଭ୍ରୁକ୍ଷେପ କରି କଂସା ପିତଳ ଗଢାରେ ଲାଗି ପଡିଥାଏ କମାରଟିଏ । ହେଲେ ଏବେ ବଦଳି ଯାଇଛି ସମୟ। କୋରୋନା ମାଡ ଆଗରେ ଠପ୍ ହୋଇଯାଇଛି ହାତୁଡି ମାଡ । ଆଉ ଶୁଭୁନି ଲୁହା କି ପିତ୍ତଳର ଠକ୍ ଠକ୍ ଶଦ୍ଦ କି ଚଳଚଞ୍ଚଳ ହେଉନି କମାରଶାଳ।

କମାର ଶାଳରୁ ଶୁଭୁନି ହାତୁଡି ଶଦ୍ଦ, ହାତ ବାନ୍ଧି ବସିଛି କାରିଗର

ଏହା ହେଉଛି ଯାଜପୁର ଜିଲ୍ଲା ରସୁଲପୁର ଲକ୍ଷ୍ମୀନଗର ଅଞ୍ଚଳର 200 ରୁ ଊର୍ଦ୍ଧ କଂସାପିତଳ କାରିଗରଙ୍କ ଦୟନୀୟ ସ୍ଥିତି। ମହାମାରୀ ଆଗରେ ନିରୁପାୟ ହୋଇ ୫ ମାସ ହେବ ହାତବାନ୍ଧି ବସିଛି କୁଶଳୀ କାରିଗର । ବିକ୍ରି ହେଉନି ସେମାନଙ୍କ ସାମଗ୍ରୀ ଭାଙ୍ଗି ପଡିଛି ଆର୍ଥିକ ମେରୁଦଣ୍ଡ । ଯାହା ଫଳରେ ଜୀବନ ଜୀବିକାର ଦୋଛକିରେ ଛନ୍ଧି ହୋଇ କାରିଗରଟିର ସଂସାର ଗାଡି ଅଧାରେ ଅଟକି ଯାଇଛି। ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ କୁଶଳୀ କାରିଗର ।

ଯେଉଁ ହସ୍ତକଳା ଜିଲ୍ଲା ତଥା ରାଜ୍ୟକୁ ବାହାର ରାଜ୍ୟରେ ପରିଚୟ ଦେଇଛି, ତାହାକୁ କୌଳିକ ବୃତ୍ତି କରିଥିବା କାରିଗରମାନେ ଆଜି ଦୁର୍ଦ୍ଦିନରେ । ଗାଁ ରେ ୧୪ ଟି କଂସାପିତଳ ଶାଳରେ ଶତାଧିକ କାରିଗର କାର୍ଯ୍ୟ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ବର୍ତ୍ତମାନର ଏହି କଷ୍ଟଦାୟକ ସମୟରେ ସେମାନଙ୍କୁ ମଧ୍ୟ ଆବଶ୍ୟକ ସହାୟତା ।

କୋରୋନା ଜନିତ କଟକଣା ନଥିଲେ ହାଟ ବଜାର, ମେଳା ମହୋତ୍ସବ ବା ପୂଜା ପର୍ବାଣୀରେ ନିଜ ହାତ ତିଆରି କଂସାପିତଳ ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରିଥାନ୍ତେ । ହେଲେ କୋରୋନା ପକାଇଛି ରୋଜଗାରରେ ବେଡି । ଏଥିପାଇଁ ଦିନକୁ ଦିନ ବଢିବାରେ ଲାଗିଛି ସମସ୍ୟା । ଅନେକଙ୍କ ଘରେ ଏବେ ଚୁଲି ଜଳିବା ବି କଷ୍ଟକର ହୋଇପଡିଲାଣି ।

ସେପଟେ ବୋଝ ଉପରେ ନଳୀତା ବିଡା ପରି ଆଧୁନିକତାର ସ୍ପର୍ଶରେ କଂସାପିତଳ ସାମଗ୍ରୀର ଚାହିଦା କମିଥିବା ବେଳେ ଏବେ କରୋନା ମହାମାରୀ ଯୋଗୁଁ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ । ତେଣୁ ଏହି କାରିଗରମାନଙ୍କୁ ସରକାରୀ ସହଯୋଗ ମିଳିଲେ ଦୂର ହୋଇପାରନ୍ତା ଏମାନଙ୍କ ଦୁଃଖ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.