ETV Bharat / state

ଜେଲରୁ ମୁକୁଳିଲେ ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ, ଯାଜପୁରରେ ଭବ୍ୟ ସ୍ବାଗତ - ଜେଲରୁ ମୁକୁଳିଲେ ବିଶ୍ୱଜିତ ରାଜ

ରାଜ୍ୟରେ ଆଇନ ବିପର୍ଯ୍ୟସ୍ତ ନେଇ ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ଗିରଫ ହୋଇଥିବା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ ଜେଲରୁ ମୁକୁଳିଲେ । ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ବାଗତ ଅଧିକ ପଢ଼ନ୍ତୁ

jajpur bjp yuva morcha president bishwajit raj
ଯାଜପୁର ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ
author img

By

Published : Apr 25, 2023, 5:42 PM IST

ଯାଜପୁର ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ

ଯାଜପୁର: ଦୀର୍ଘ ଦୁଇମାସ ପରେ ଜେଲରୁ ମୁକୁଳିଲେ ଯାଜପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ । ଜେଲରୁ ମୁକୁଳିବା ପରେ ବିଶ୍ୱଜିତ ଯାଜପୁରରେ ପହିଞ୍ଚିଛନ୍ତି । ଏନେଇ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମନରେ ଖୁସିର ଲହରି ଖେଳିଯାଇଛି l ରାଜ୍ୟରେ ଆଇନ ବିପର୍ଯ୍ୟସ୍ତ ଅଭିଯୋଗ କରି ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ ଗିରଫ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ୨୦୨୪ ପାଇଁ ସରଗରମ ରାଜନୀତି; ନିର୍ବାଚନ ଲଢିପାରନ୍ତି ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ବୋହୂ

ଜିଲ୍ଲାରେ ପ୍ରଥମେ ଛତିଆ, ବଡ଼ଚଣା,ଚଣ୍ଡିଖୋଲ, ଧର୍ମଶାଳା, ପାଣିକୋଇଲି,ଜହ୍ନା,ଦାନଗଦି ଓ ଶେଷରେ ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ବିଶ୍ୱଜିତ ରାଜଙ୍କୁ କାର୍ଯ୍ୟକର୍ତ୍ତା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା l ସୁକିନ୍ଦା ବ୍ଲକର ମିଲେଟାରୀ ଛକ ନିକଟରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ଦାନଗଦି ବ୍ଲକ ଅନ୍ତର୍ଗତ ମିଲେଟାରୀ ଛକ ନିକଟର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଏକ ବିରାଟ ବାଇକ ରାଲିରେ ସୁକିନ୍ଦା ବ୍ଲକରେ ଥିବା ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ବରିଷ୍ଠ ବିଜେପି ନେତା ପ୍ରଦୀପ ବଳସାମନ୍ତଙ୍କ ସନେତ ଅନେକ ବରିଷ୍ଠ ନେତା ତାଙ୍କୁ ସ୍ୱାଗତ କରିଥିଲେ l ଏନେଇ ବିଶ୍ୱଜିତ ରାଜ କହିଛନ୍ତି, " ବିଜେପି ଯୁବମୋର୍ଚ୍ଚା ପ୍ରତି ରାଜ୍ୟ ସରକାରଙ୍କ ଭୟ ଅଛି । ଯୁବମୋର୍ଚ୍ଚା ଅନ୍ୟାୟ , ଅଧର୍ମ ସରକାର ବିରୋଧରେ ଲଢେଇ ଆରମ୍ଭ କରିଛି । ଏହା ୨୪ ନିର୍ବାଚନରେ ଶେଷ ହେବ । ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମିଥ୍ୟ ମାମଲାରେ ରାଜ୍ୟ ସରକାର ଜେଲରେ ଭର୍ତ୍ତି କରିଥିଲେ l ତେବେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ନିଶ୍ଚିତ ପଡିବ ।"

ଏହା ମଧ୍ୟ ପଢ଼ନ୍ତୁ: ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକଙ୍କୁ ମିଳୁନି ଦରମା, ଆନ୍ଦୋଳନ ଚେତାବନୀ ଦେଲା ସଂଘ

ପ୍ରକାଶ ଥାଉକି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବର ଲୋୟର ପିଏମଜି ଠାରେ ଆନ୍ଦୋଳନ କରାଯାଇଥିଲା । ବିଧାନସଭା ଘେରାଉ ସମୟରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା l ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ମାମଲା ରୁଜୁ କରି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଓ ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜଙ୍କ ସମେତ ବିଭିନ୍ନ ଜିଲ୍ଲାର ୨୨ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା । ଏଥିରେ ଅନେକ କାର୍ଯ୍ୟକର୍ତ୍ତା ଓ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.