ETV Bharat / state

ଶହ ଶହ ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା, ଉଚ୍ଚଶିକ୍ଷାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ - ଉଚ୍ଚଶିକ୍ଷାରେ ବାଧକ ଜମିପଟ୍ଟା

ଜମିପଟ୍ଟା ନଥିବାରୁ ପାଠପଢ଼ାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ । ଶହ ଶହ ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା । ଯାଜପୁର କୋରେଇ ବ୍ଲକ ଭାଲୁକାହୁଡ଼ି ଆଦିବାସୀ ସାହିରୁ ଆସିଛି ଏପରି ଅଭିଯୋଗ । ଦେଖନ୍ତୁ ଏହି ରିପୋର୍ଟ

Jajpur Bhalukahudi Tribal students
Jajpur Bhalukahudi Tribal students
author img

By ETV Bharat Odisha Team

Published : Sep 14, 2023, 9:21 PM IST

ଶହ ଶହ ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା, ଉଚ୍ଚଶିକ୍ଷାରୁ ବଞ୍ଚିତ ଭାଲୁକାହୁଡି ଆଦିବାସୀ ଛାତ୍ରଛାତ୍ରୀ

ଯାଜପୁର: ଜମିପଟ୍ଟା ନଥିବାରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ । ଏଭଳି ଅଭିଯୋଗ ହେଇଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଟରଙ୍ଗା ପଞ୍ଚାୟତର ଭାଲୁକାହୁଡ଼ି ଆଦିବାସୀ ସାହିରେ l ଏହି ସାହିରେ ଶହଶହ ବର୍ଷ ହେବ ବାସ କରୁଥିବା ଆଦିବାସୀ ପରିବାରକୁ ମିଳୁନି ଜମିପଟ୍ଟା । ବାରମ୍ବାର ବିଭିନ୍ନ ମହଲରେ ଅଭିଯୋଗ ପରେ ବି ଶୁଣୁନାହାନ୍ତି ସରକାର କି ଜିଲ୍ଲା ପ୍ରଶାସନ । ଯାହାଫଳରେ ଏହି ଆଦିବାସୀ ସାହିରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ସମସ୍ତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି l ଜମିପଟ୍ଟା ମିଳିନଥିିବା କାରଣରୁ ସରକାରୀ ସୁବିଧା ମିଳିବା ତ ଦୂରର କଥା ଜାତିଗତ ପ୍ରମାଣ ନପାଇ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଥିବା ମେଧାବୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ସେପଟେ ଉପ-ଜିଲ୍ଲାପାଳ କହିଛନ୍ତି ତଦନ୍ତ ପାଇଁ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛି । ରିପୋର୍ଟ ଆସିଲେ ଏହି 66ଟି ଆଦିବାସୀ ପରିବାରକୁ ଜମିପଟ୍ଟା ପ୍ରଦାନ କରାଯିବ l

ଯାଜପୁର ବ୍ୟାସନଗର ତହସିଲଠାରୁ ମାତ୍ର ୮ କିଲୋମିଟର ଦୂରରେ କେନ୍ଦୁଝର ଓ ଯାଜପୁର ସୀମାନ୍ତରେ ଅବସ୍ଥିତ ଗୋହିରାଗାଡିଆ ଓ ଭାଲୁକାହୁଡ଼ି ଅଞ୍ଚଳ । ହେଲେ ଏଠାର ସରକାରୀ ଯୋଜନା ଅପହଞ୍ଚ । ଆଦିବାସୀମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିବା ଡିଣ୍ଡିମ ପିଟୁଛନ୍ତି l ମାତ୍ର ବ୍ୟାସନଗର ତହସିଲ ଅନ୍ତର୍ଗତ ଭାଲୁକାହୁଡ଼ି ଓ ଗୋହିରାଗଡି ଅଞ୍ଚଳରେ ରହୁଥିବା ୬୬ଟି ଆଦିବାସୀ ପରିବାର ଖଣ୍ଡେ ଜମିପଟ୍ଟା ପାଇବା ପାଇଁ ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହୋଇ ପଡ଼ିଲେଣି l ଏହି ଆଦିବାସୀ ପରିବାରକୁ କେବେ ଦେବେ ସରକାର ଜମିପଟ୍ଟା ସେ ନେଇ ପ୍ରଶ୍ନ ଉଠିଛି l ଆଦିବାସୀମାନଙ୍କୁ ନିଜ ହକ ମିଳିବାକୁ ଲାଗିଲାଣି ଶହ ଶହ ବର୍ଷ ।

ଏହା ବି ପଢନ୍ତୁ- ସମସ୍ୟା ଘେରରେ ରେଙ୍ଗାଲି ବିସ୍ଥାପିତ, 40 ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା

ମାତ୍ର ଏହି ଆଦିବାସୀ ପରିବାରକୁ ସରକାରଙ୍କ ଜଙ୍ଗଲ ଜମି ଆଇନ ହେଉ କି ଜାଗା ମିଶନ ଘରଢିହ ଯୋଜନା କି ବସୁନ୍ଧରା କେଉଁଥିରେ ବି ଜିଲ୍ଲାପ୍ରଶାସନ ସାମିଲ କରୁନଥିବା ଅଭିଯୋଗ କରିଛନ୍ତି ଆଦିବାସୀ ନେତା । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ବ୍ୟାସନଗର ତହସିଲ ଅର୍ନ୍ତଗତ ଗୋହିରାଗାଡିଆ ଓ ଭାଲୁକାହୁଡି ଅଞ୍ଚଳର ୬୬ ଟି ଆଦିବାସୀ ପରିବାର । ଶହ ଶହ ବର୍ଷ ହେବ ଯାଜପୁର କେନ୍ଦୁଝର ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ଏମାନେ ବସବାସ କରୁଥିବା ବେଳେ ସ୍ଥାୟୀ ପଟ୍ଟା ନଥିବାରୁ ଏମାନେ ଅନେକ ସରକାରୀ ଯୋଜନାରୁ ବଞ୍ଚିତ । ଖାଲି ସେତିକି ନୁହେଁ ଜମିପଟ୍ଟା ମିଳୁନଥିବାରୁ ଜାତିଗତ ପ୍ରମାଣ ଅଭାବରୁ ଏଠାରେ ରହୁଥିବା ଉଚଶିକ୍ଷିତ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଏହି ଆଦିବାସୀ ସାହିରେ ରହୁଥିବା ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ।

ଏହା ବି ପଢନ୍ତୁ- ଶୁଣୁନି ପ୍ରଶାସନ, ଜମିପଟ୍ଟା ପାଇଁ ପେରାଗ ଗ୍ରାମବାସୀଙ୍କ ଗୁହାରି

ଏନେଇ ଏହି ଅଞ୍ଚଳର ବିଟେକ ଛାତ୍ରୀ ରାମ ବେଶ୍ରା କହିଛନ୍ତି, "ଅତି ଦୁଃଖର କଥା ସରକାର ଆମକୁ ଜମିପଟ୍ଟା ଖଣ୍ଡେ ଏଯାଏଁ ପ୍ରଦାନ କଲେ ନାହିଁ । ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା କହୁଥିବା ବେଳେ ଆମେ ଜମିପଟ୍ଟା ପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛୁ । ଜମିପଟ୍ଟା ନଥିବାରୁ ଜାତିଗତ ପ୍ରମାଣପତ୍ରଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରମାଣପତ୍ର ବାହାର କରିବାରେ ସମସ୍ୟା ଉପୁଜୁଛି । ଏପରିକି ମେଧାବୃତ୍ତିରୁ ମଧ୍ୟ ବଞ୍ଚିତ ହେବାକୁ ପଡ଼ୁଛି । ଆମେ ସରକାରଙ୍କୁ କିଛି ମାଗୁ ନାହିଁ । ଆମକୁ ଜମିପଟ୍ଟା ପ୍ରଦାନ କରନ୍ତୁ ।"

ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଉଥିଲେ ବି କୌଣସି ସୁଫଳ ମିଳୁନାହିଁ l ଯାହାଫଳରେ ଖଣ୍ଡେ ଜମିପଟ୍ଟା ପାଇଁ ଆଜି ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଶୋଭାଯାତ୍ରାରେ ଆସି ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ଏହି ୬୬ ଆଦିବାସୀ ପରିବାର l ପୂର୍ବରୁ ପ୍ରଶାସନ ପକ୍ଷରୁ କମିଟି ଗଠନ କରି ସମସ୍ୟାର ସମଧାନ ଲାଗି ପ୍ରତିଶୃତି ଦେଇଥିଲେ ବି ବର୍ଷ ପରେ ବର୍ଷ ବିତୁଛି ହେଲେ ପଟ୍ଟା ମିଳିବା ନାଁ ଧରୁନି । ଏଠାକାର ନିର୍ବାଚିତ ଜନ ପ୍ରତିନିଧି ନିର୍ବାଚନ ବେଳେ ଭୋଟ ନେଉଛନ୍ତି । ତାପରେ ଏହି ନିରୀହ ଆଦିବାସୀଙ୍କ ଦାବିକୁ ପାଶୋରି ଦେଉଥିବା ସିଭିଲ ସୋସାଇଟି ଫୋରମ ଅଭିଯୋଗ କରଛି l

ଏହା ବି ପଢନ୍ତୁ- ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

ପ୍ରକାଶ ଯୋଗ୍ୟ ଭାଲୁକାହୁଡ଼ି ଆଦିବାସୀ ସାହିରେ ଅନେକ ଛାତ୍ର ପିଜି, ବିଟେକ୍‌, ଡିପ୍ଲୋମା, +3 ପଢି ଉଚ୍ଚଶିକ୍ଷା ପାଇଁ ପାଠ ପଢ଼ୁଥିବା ବେଳେ ଖଣ୍ଡେ ଜମିପଟା ନଥିବାରୁ ବିଭିନ୍ନ ସମୟରେ ଶିକ୍ଷା ପାଇଁ ଆସୁଥିବା ଅନେକ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ସେପଟେ ଏହି ଆଦିବାସୀ ପରିବାରକୁ ଜମିପଟ୍ଟା ଦେବା ପାଇଁ ବ୍ୟାସନଗର ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି l ରିପୋର୍ଟ ଆସିଲା ପରେ ଯୋଗ୍ୟତା ଅନୁଯାୟୀ ପଟା ଦିଆଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି l ରାଜ୍ୟ ସରକାର ଆଦିବାସୀମାନଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଥିବା କହି ଡିଣ୍ଡିମ ପିଟୁଛନ୍ତି । ମାତ୍ର ଭାଲୁକାହୁଡ଼ିରେ ଶହେ ବର୍ଷ ଧରି ଏହି ଆଦିବାସୀ ପରିବାର ରହୁଥିଲେ ବି ଜମିପଟ୍ଟା ନମିଳିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.