ETV Bharat / state

ଯାଜପୁରରେ ଦନ୍ତା ଆତଙ୍କ: ଗଲାଣି 3 ମୁଣ୍ଡ, ଆଜି ସ୍କୁଲ ବନ୍ଦ - ଗଜରାଜର ଉଗ୍ରରୂପ

ଗଜରାଜର ଉଗ୍ରରୂପ । ସ୍ଥିତି ସାଂଘାତିକ । ଗଲା 7 ଦିନରେ ଯାଜପୁରରେ ଗୋଟିଏ ହାତୀ 3 ମୁଣ୍ଡ ନେଇଥିଲା ବେଳେ 8 ଜଣଙ୍କୁ ମକଚିଦେଇଛି। ଅଧିକ ପଢନ୍ତୁ..

3 killed by elephant attack
ଯାଜପୁରରେ ଦନ୍ତା ଆତଙ୍କ
author img

By

Published : Jan 24, 2020, 4:58 PM IST

ଯାଜପୁର: ମାତିଛି ଦନ୍ତା । ଚାରିଆଡେ ଖେଳିଯାଇଛି ଆତଙ୍କ । ଯାଜପୁର ଜିଲ୍ଲାରେ ଗୋଟିଏ ଦନ୍ତା ନେଇଚାଲିଛି ଜୀବନ । ଏଥିପାଇଁ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ଜିଲ୍ଲାରେ ହାତୀ ଉପଦ୍ରବ ଏତେ ଭୟଙ୍କର ଯେ, ପ୍ରଶାସନ ପକ୍ଷରୁ ଆଜି କୋରେଇ ଓ ବ୍ୟାସନଗରର ସବୁ ସ୍କୁଲ ବନ୍ଦ କରିବାକୁ ଘେଷଣା ହୋଇଛି । ମାଇକରେ ପ୍ରଚାର କରି ଲୋକଙ୍କୁ ସତର୍କ ଓ ସଚେତନ କରାଯାଉଛି । ବିଭିନ୍ନ ସ୍ଥାନରେ ରାତିରେ ପେଟ୍ରୋଲିଂ ହେଉଛି । ହେଲେ ଏବେ ଯାଏଁ ହାତୀଟି ଝରଛୁଆଁ ଦେଉନି । ହାତୀକୁ ଘଉଡେବାକୁ ବନ ବିଭାଗ ନାକେଦମ । ଏପଟେ ଲୋକେ ଭୟରେ ତାଟି କବାଟ ବନ୍ଦ କରି ଭୟରେ ଥରୁଛନ୍ତି ।

ଜନବସତି ମୁହାଁ ଗଜରାଜ

ହାତୀଟି ଯାଜପୁର ଏବଂ କେଉଁଝର ସୀମାନ୍ତ ଜଙ୍ଗଲରୁ ଜନବସତି ଆଡକୁ ପଶି ଆସିଥିଲା । ଜିଲ୍ଲାର ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ ସେ ଉପଦ୍ରବ ମଚାଇଛି । ୧୯ ତାରିଖ ରାତିରେ ଦାନଗଦୀ ବ୍ଲକ୍ ବେଣାପାଟିଆ ଗାଁରେ ହାତୀ ଆକ୍ରମଣରେ ବେଣୁଧର ସିଦ୍ଧୁ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେହିପରି ଗୁରୁବାର ରାତିରେ ପାଣିକୋଇଲି ଥାନା ଶଙ୍ଖଚିଲା ଅଞ୍ଚଳର ଈଶ୍ବର ଦାସ ଏବଂ ଚିନ୍ତାମଣି ରାମ ନାମକ ଦୁଇଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ଦୁଇ ମଧ୍ୟ ଗୁରୁତର । ସେପେଟ ରସୁଲପୁର ଏବଂ କୋରାଇ ବ୍ଲକରେ ହାତୀଟି କିଆରିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛି । ଗାଁରେ ପଶି ଭଙ୍ଗାରୁଜା ମଧ୍ୟ କରିଛି । ଖବର ପାଇ ସ୍ଥାନୀୟ କୋରାଇ ବିଧାୟକ ଅଶୋକ ବଳ ମୃତାହତଙ୍କୁ ଭେଟି ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ବ୍ୟତିତ ହାତୀକୁ ନିୟନ୍ତ୍ରଣ ନେଇ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ତେବେ ହାତୀଟି ମହାଗିରି ପାହାଡ ଦେଇ ସୀମାନ୍ତବର୍ତ୍ତୀ କେଉଁଝରର ଦୈତାରୀ ପାହାଡ ପାଦଦେଶରେ ଥିବା ଜଙ୍ଗଲକୁ ପଳାଇବ ବୋଲି ଆଶା ରହିଛି ।

ହାତୀଟିକୁ ଘଉଡାଇ ବାଇନାକୁଲାର ସହାୟତାରେ ଠାବ କରି ଟମକା ଜଙ୍ଗଲରେ ଛାଡିବାକୁ ପ୍ରୟାସ ଚାଲିଥିୂାବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏପେଟ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ସହ ମୃତାହତ ପରିବାରଙ୍କୁ ଅନୁକମ୍ପା ରାଶି ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-elephant_attack
format-pkg(followup)
reporter-Gyanaranjan ojha
place-jajpur
date-24.01.20
Anchor---ଯାଜପୁରରେ ଗତ ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ଗଲାଣି ତିନୋଟି ଜୀବନ । ୮ରୁ ଉର୍ଦ୍ଧ ଆହତ ହେଲେଣି । ଅନେକ ଫସଲ ଓ କ୍ଷୟକ୍ଷତି ଦେଖିବାକୁ ମିଳିଲାଣି । କିନ୍ତୁ ଏ ଯାଏ ହାତୀ ଉପଦ୍ରବ ହ୍ରାସ ପାଇପାରିନି କିମ୍ବା ଜଙ୍ଗଲ ବିଭାଗ ହାତୀ ଘଉଡାଇବାରେ ସକ୍ଷମ ହୋଇନି । ହାତୀଟି ଯାଜପୁର ଏବଂ କେଉଁଝର ସୀମାନ୍ତ ଜଙ୍ଗଲରୁ ଜନବସତି ଆଡକୁ ପଶି ଆସିଥିଲା । ଗତ ୧୯ତାରିଖ ରାତିରେ ଦାନଗଦୀ ବ୍ଲକ୍ ବେଣାପାଟିଆ ଗାଁରେ ହାତୀ ଆକ୍ରମଣରେ ବେଣୁଧର ସିଦ୍ଧୁ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେହିପରି ଗତକାଲି ରାତିରେ ପାଣିକୋଇଲି ଥାନା ଶଙ୍ଖଚିଲା ଅଞ୍ଚଳର ଈଶ୍ବର ଦାସ ଏବଂ ଚିନ୍ତାମଣି ରାମ ନାମକ ଦୁଇଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ସେହିପରି ଏହି ଅଞ୍ଚଳର ଅନ୍ୟ ଦୁଇ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି । ରସୁଲପୁର ଏବଂ କୋରାଇ ବ୍ଲକ ଅଞ୍ଚଳରେ ହାତୀଟି ଫସଲ କିଆରିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛି । ଲୋକଙ୍କୁ ସୁରକ୍ଷା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବୀ ହୋଇଛି । ସେପଟେ ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେଣେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କୋରାଇ ଏବଂ ବ୍ୟାସନଗର ଅଞ୍ଚଳର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।
Body:vo୦୧--ମାତିଛି ଦନ୍ତା । ଚାରିଆଡେ ଖେଳିଯାଇଛି ଆତଙ୍କ । ହାତୀ ଦେଖି ଲୋକେ ଭୟଭୀତ । ପିଲା ଠୁଁ ବୁଢା ସମସ୍ତଙ୍କ ଭିତରେ ହାତୀର ଭୟ । ଅଧିକାଂଶ ଗାଁରେ ତାଟି କବାଟ ପଡିଯାଇଛି । ଯାଜପୁରର ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ପୃଥକ ପୃଥକ ସ୍ଥାନରେ ଦେଖିବାକୁ ମିଳିଛି ଜଙ୍ଗଲୀ ଦନ୍ତା ହାତୀର ଉପଦ୍ରବ । ଗତ ପ୍ରାୟ ସପ୍ତାହେ ହେବ ଜଙ୍ଗଲରୁ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ବେଷଣରେ ଖସି ପଳାଇ ଆସିଛି । ଗତାକାଲି ରାତିରେ ହାତୀଟି ଶଙ୍ଖଚିଲା ଅଞ୍ଚଳରେ ଗାଁରେ ପଶି ଦଳିଚକଟି ଦେବା ଫଳରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତକ ଦୁଇଜଣ ହେଲେ ଗୋଡିପାଟଣା ଗାଁର ଈଶ୍ବର ଦାସ ଓ ଚିନ୍ତାମଣି ରାମ । ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ସେହିପରି ହାତୀଟି ଗତକାଲି ସକାଳେ ରସୁଲପୁର ବ୍ଲକର ଖରସ୍ରୋତା ନଦୀକୂଳ ଗାଁ ମାନଙ୍କରେ ପଶି ଉପଦ୍ରବ ଚଳାଇଥିଲା । ଏହା ଚାଷଜମିରେ ପଶି ବ୍ୟାପକ ଧାନ, ବିରି, ମୁଗ ଓ ପନିପରିବା ଫସଲ ନଷ୍ଟ କରିଛି । ଏଥିସହ ଗାଁରେ ପଶି ଭଙ୍ଗାରୁଜା ମଧ୍ୟ କରିଛି । ହାତୀ ଉପଦ୍ରବରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଆଜି ସକାଳ ସୁଦ୍ଧା ହାତୀଟିକୁ ଘଉଡାଇ ଟମକା ଜଙ୍ଗଲରେ ଛଡାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ସହ ମୃତାହତ ପରିବାରଙ୍କୁ ଅନୁକମ୍ପା ରାଶି ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ ଜଣାଇଛନ୍ତି । ହାତୀ ଉପଦ୍ରବ ଯୋଗଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋରାଇ ଏବଂ ବ୍ୟାସନଗର ଅଞ୍ଚଳରେ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଗୁଡିକ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।
bite-୦୧--ମନରଞ୍ଜନ ସାହୁ, ଆହତ ବ୍ୟକ୍ତି
bite-୦୨--ମଞ୍ଜୁଲତା ଦାସ, ମୃତ ଈଶ୍ବର ଦାସଙ୍କ ପତ୍ନୀ
vo-୦୨--ସୂଚନା ମୁତାବକ ହାତୀଟି ସପ୍ତାହକ ମଧ୍ୟରେ ତିନିଜଣ ବ୍ୟକ୍ତିଙ୍କର ଜୀବନ ନେଇଛି । ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ୮ରୁ ଉର୍ଦ୍ଧ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । ତେଣୁ ହାତୀ ଭୟରେ ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ଏହି ସମ୍ପୃକ୍ତ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଗତକାଲି ରାତିରେ ହାତୀଟି କୋରାଇ ବ୍ଲକ ଅଞ୍ଚଳରେ ବିଭିନ୍ନ ଗାଁରେ ପଶି ଉପଦ୍ରବ ଚଳାଇଥିଲା । ସେପଟେ ବନବିଭାଗ ଦ୍ବାରା ହାତୀକୁ ବାଇନାକୁଲାର ସହାୟତାରେ ଠାବ କରାଯାଇ ଜଙ୍ଗଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି । ମାଇକ୍ ପ୍ରଚାର ମଧ୍ୟମରେ ଲୋକମାନଙ୍କୁ ମଧ୍ୟ ସତର୍କ ଓ ସଚେତନ କରାଯାଉଛି । ଏଥିସହ ବିଭିନ୍ନ ସ୍ଥାନରେ ରାତ୍ରୀ ପ୍ୟାଟ୍ରୋଲିଂ ମଧ୍ୟ କରାଯାଉଛି । ତେବେ ହାତୀଟି ଏ ଯାଏ ଜଙ୍ଗଲକୁ ଫେରିବା ନାଁ ଧରୁନାହାନ୍ତି । ଅନ୍ୟପଟେ ହାତୀଟିକୁ ଖୁବଶୀଘ୍ର ଜଙ୍ଗଲ ମଧ୍ୟକୁ ନେବା ପାଇଁ ଉଦ୍ୟମ ଅବ୍ୟାହତ ରହିଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଖବର ପାଇ ସ୍ଥାନୀୟ କୋରାଇ ବିଧାୟକ ଅଶୋକ ବଳ ମଧ୍ୟ ଗତକାଲି ରାତିରେ ଯାଜପୁର ରୋଡ ଡାକ୍ତରଖାନାରେ ପହଞ୍ଚି ମୃତାହତ ପରିବାରଙ୍କୁ ଭେଟିଥିଲେ । ତେବେ ହାତୀକୁ ନିୟନ୍ତ୍ରଣ କରିବା ଏବଂ ଜଙ୍ଗଲକୁ ଘଉଡାଇବା ପାଇଁ ସେ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଯାଜପୁରରେ ହାତୀ ଉପଦ୍ରବ ହେତୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋରେଇ ବ୍ଲକ ଏବଂ ବ୍ରବ୍ୟାସନଗର ପୌରାଞ୍ଚଳର ସମସ୍ତ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଆଜି ପାଇଁ ବନ୍ଦ ରହିଛି । ଏ ଅଞ୍ଚଳର ସମସ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକ ଆଜି ବନ୍ଦ ରହିଥିବା ଜଣାପଡିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
bite-୦୩--ଅଶୋକ କୁମାର ବଳ, କୋରାଇ ବିଧାୟକ
bite-୦୪--ଦେବେନ୍ଦ୍ର ପଟ୍ଟନାୟକ, ଫରେଷ୍ଟ ରେଞ୍ଜର, ଯାଜପୁର ରୋଡ
bite-5-ସିଦ୍ଧାର୍ଥ ପଟ୍ଟନାୟକ, ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ, ବ୍ୟାସନଗର ।
Conclusion:fvo--ହାତୀଟି ଆଜି ସକାଳେ ଟମକା ଜଙ୍ଗଲରେ ପ୍ରବେଶ କରିବା ପରେ ସ୍ଥାନୀୟ ଲୋକେ ସାମାନ୍ୟ ଆଶ୍ବସ୍ତ ଲାଭ କରିଛନ୍ତି । ତେବେ ହାତୀଟି ମହାଗିରି ପାହାଡ ଅତିକ୍ରମ କରି ତାର ଗନ୍ତବ୍ୟସ୍ଥଳ ଅର୍ଥାତ୍ ସୀମାନ୍ତବର୍ତ୍ତୀ କେଉଁଝର ଜିଲ୍ଲା ଦୈତାରୀ ପାହାଡ ପାଦଦେଶରେ ଥିବା ଜଙ୍ଗଲକୁ ଚାଲିଯିବ ବୋଲି ଆଶା କରାଯାଉଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.