ଯାଜପୁର: ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁର 7 ବର୍ଷୀୟା ନାବାଳିକା ଅପହରଣ ଘଟଣାରେ ଗିରଫ ଅଭିଯୁକ୍ତ ଚାନ୍ଦିଲା ଓରଫ ଯଚିନ୍ଦ୍ର ନାୟକକୁ ମଙ୍ଗଳବାର ପୋଲିସ କୋର୍ଟ ଚାଲାଣ କରିଛି। ଏ ସଂକ୍ରାନ୍ତରେ କୋରେଇ ଥାନାରେ 349, 363, 376 ଓ ପୋସ୍କୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଟିର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଯାଇଛି । ଏହାସହ ଅପହୃତା ନାବାଳିକାର ଡାକ୍ତରୀ ମାଇନା କରାଯାଇଥିବା ସୂଚନା ମିଳିଛି ।
ଗତ ରବିବାର ସନ୍ଧ୍ୟା ସମୟରେ ମୁକୁନ୍ଦପୁର ଗାଁର ବଳରାମ ସେଠୀଙ୍କ 7 ବର୍ଷର ଝିଅ ବାହାରେ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ଦୀର୍ଘ ତିନି ଘଣ୍ଟା ଧରି ଖୋଜାଖୋଜି ପରେ ନାବାଳିକାକୁ ସେହି ଗାଁର ଯୁବକ ଚନ୍ଦ୍ରମଣି ଧରିକି ଆସୁଥିବା ଦେଖି ଲୋକମାନେ ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ