ETV Bharat / state

ଅଭିଯୁକ୍ତକୁ ରାଜକୀୟ ସେବା ପ୍ରସଙ୍ଗ: ଖଣ୍ଡନ କଲେ ଜେଲ କର୍ତ୍ତୃପକ୍ଷ

author img

By

Published : Nov 4, 2019, 1:07 PM IST

ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ଚର୍ଚ୍ଚା । ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଜେଲରେ ଦିଆଯାଉଥିବା ସେବାକୁ ଖଣ୍ଡନ କଲେ ଜେଲ କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ଏବେ ଜେଲରେ । ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବି ତୋଫାନ ଲାଗି ରହିଛି । ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ନାରାବାଜି ଚାଲିଥିବାବେଳେ ଏବେ ଆଉ ଏକ ଅଭିଯୋଗ ଘଟଣାକୁ ଅଧିକ ଜଟିଳ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହି ମାମଲାରେ ଗିରଫ ହୋଇଥିବା ରୂପେଶ ଭଦ୍ର ଏବେ ଯାଜପୁର ରୋଡ ସବଜେଲର । ଚର୍ଚ୍ଚା ହେଉଛି ଅଭିଯୁକ୍ତଙ୍କୁ ଜେଲରେ ରାଜକୀୟ ଢଙ୍ଗରେ ସେବା ଯୋଗାଇ ଦିଆଯାଉଛି । ଏହାସହ ରୂପେଶଙ୍କୁ ସମସ୍ତ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଥିବା ଅଭିଯୋଗ ଆସିବା ପରେ ଏନେଇ ମୁହଁ ଖୋଲିଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ।

ସେ କହିଛନ୍ତି ସରକାରଙ୍କ ନିୟମ ଅନୁସାରେ ସମସ୍ତ ଅନ୍ତେବାସୀଙ୍କୁ ତାଙ୍କ ପରିବାର ସହ ସାକ୍ଷାତ ପାଇଁ ସୁଯୋଗ ଦିଆଯାଉଛି । ଜେଲକୁ କୌଣସି ପ୍ରକାର ମାଦକ ଦ୍ରବ୍ୟ ଛଡାଯାଉ ନାହିଁ । କୌଣସି ଅନ୍ତେବାସୀଙ୍କୁ ସ୍ବତନ୍ତ୍ର ସୁବିଧା ଦିଆଯାଉ ନାହିଁ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug-- Rupesh Bhadra in Jail
Report- Gyanaranjan ojha
ବହୁ ଚର୍ଚ୍ଚିତ ସ୍ମିତାରାଣି ମୃତ୍ୟୁ ଘଟଣାରେ ଗିରଫ ରୂପେଶ ଭଦ୍ରା ଯାଜପୁର ରୋଡ ସବଜେଲ ରେ ରହିଛନ୍ତି। ତେବେ ସେଠାରେ ତାଙ୍କୁ ରାଜକୀୟ ଢଙ୍ଗରେ ରଖାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଜେଲ ସୁପରିନଟେଣ୍ଡେଟ। ସବୁ ଅନ୍ତେବାସୀ ଙ୍କ ଭଳି ତାଙ୍କୁ ମଧ୍ୟ ସମାନ ଭାବରେ ରଖାଯାଇଛି। ଜେଲକୁ କୌଣସି ମାଦକ ଦ୍ରବ୍ୟ ଛଡ଼ାଯାଉ ନଥିବା, ଅନ୍ତେବାସୀ ମାନଙ୍କୁ ସରକାରୀ ନିୟମ ଅନୁସାରେ ପରିବାର ଲୋକ ଙ୍କ ସହ ଭେଟ ପାଇଁ ସୁଯୋଗ ଦେବା ଆଦି କ୍ଷେତ୍ରରେ ସମସ୍ତ ପ୍ରକାର ସରକାରୀ ନିୟମ ପାଳନ କରାଯାଉଛି। କେତେକ ଖବର କାଗଜରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି।
Bite-- ଗୋବିନ୍ଦ ଚନ୍ଦ୍ର ସୁର, ଜେଲ ସୁପରିନଟେଣ୍ଡେତ, ଯାଜପୁର ରୋଡ଼Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.