ETV Bharat / state

ଶେଷ ହେଲା ଆଇଏନଟିୟୁସିର 22 ଦଫା ଦାବି ଆନ୍ଦୋଳନ

ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଇଏନଟିୟୁସି ପକ୍ଷରୁ ଚାଲିଥିବା ଆନ୍ଦୋଳନ ଗୁରୁବାର ଶେଷ ହୋଇଛି । ତେବେ ଏହି ଆନ୍ଦୋଳନ ନଭେମ୍ବର 3 ତାରିଖରୁ ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ...

INTUC's 22-point agitation ended today
ଆଜି ଶେଷ ହେଲା ଆଇଏନଟିୟୁସିର 22 ଦଫା ଦାବି ଆନ୍ଦୋଳନ
author img

By

Published : Nov 5, 2020, 7:10 PM IST

ଯାଜପୁର: ନଭେମ୍ବର 3ରୁ ଆଇ.ଏନ.ଟି.ୟୁ.ସି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଗୁରୁବାର ଶେଷ ହୋଇଛି । ତେବେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ 22 ଦଫା ଦାବି କରି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା ଆଇ.ଏନ.ଟି.ୟୁ.ସି ।

ଆଜି ଶେଷ ହେଲା ଆଇଏନଟିୟୁସିର 22 ଦଫା ଦାବି ଆନ୍ଦୋଳନ

ମିଳିଥିବା ସୂଚନା ମୁତାବକ, ରାଜ୍ୟର ସମସ୍ତ ଜିଲ୍ଲାରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଘରୋଇକରଣ ବନ୍ଦ କରିବା, କଳିଙ୍ଗନଗରରେ ବନ୍ଦ ରହିଥିବା ସମସ୍ତ କଳକାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦି 22ଦଫା ଦାବି ଆଇ.ଏନ.ଟି.ୟୁ.ସି ପକ୍ଷରୁ ରଖାଯାଇଥିଲା । ଏହି ଆନ୍ଦୋଳନରେ ଗୁରୁବାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଶତାଧିକ ସଦସ୍ୟ ଓ କର୍ମକର୍ତ୍ତା ଦାନଗଦି ବ୍ଲକ୍ ମାନପୁର ଓଭରବ୍ରିଜ୍ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାର ଶ୍ରମିକ କର୍ମଚାରୀ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗୋଟେ ପରେ ଗୋଟେ କାରଖାନା ବନ୍ଦ ହେବା, ଶ୍ରମିକ ମାନଙ୍କୁ ରାତିଅଧିଆ ଛଟେଇ କରାଯିବା, ଏକ ମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗଭାବେ ନୀଳାଚଳ ଇସ୍ପାତ ନିଗମକୁ ଘରୋଇକରଣ କରିବା ଆଦି ପ୍ରସଙ୍ଗକୁ ନେଇ ପ୍ରତିବାଦ କରାଯାଇଥିଲା । ଗୁରୁବାର ପୂର୍ବାହ୍ନରେ ଶତାଧିକ ଶ୍ରମିକ କର୍ମଚାରୀମାନେ ମାନପୁର ଓଭର ବ୍ରିଜ ତଳ ରାସ୍ତାର ଦୁଇ ପାର୍ଶ୍ବରେ ରହି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.