ଯାଜପୁର: ଗଣମାଧ୍ୟମ ପ୍ରତିନିଧିକୁ ସ୍ବତନ୍ତ୍ର ବୀମା ପାଇଁ ଦାବି । ଏନେଇ ଯାଜପୁରରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମହାମାରୀ ଭଳି ଘଡିସନ୍ଧି ମୁହୂର୍ତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ଦାବି କରିଛନ୍ତି ।
ବର୍ତ୍ତମାନ ମହାମାରୀ କୋରୋନା ନେଇ ସାରା ବିଶ୍ବରେ ଭୟ ଓ ଆତଙ୍କର ମାହୋଲ । ଏହି ସମୟରେ ରାଜ୍ୟରେ ଗଣମାଧ୍ୟମର ପ୍ରତିନିଧି ମାନେ ନିଜ ଜୀବନକୁ ବିପଦରେ ପକାଇ ଦେଶ ଓ ସମାଜ ପାଇଁ କାମ କରୁଛନ୍ତି । ସେମାନଙ୍କୁ ସ୍ବତନ୍ତ୍ର ବୀମାରେ ଅନ୍ତର୍ଭୁକ୍ତ କରିବା ସହିତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ।ଏନେଇ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ ଏବଂ ହରିହର ସ୍ବାଇଁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସାମ୍ବାଦିକ ମାନଙ୍କ ଦାବିକୁ ପୂରଣ କରିବାକୁ ଦାବି କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ