ETV Bharat / state

ସ୍ତ୍ରୀକୁ କଥା ଦେଇ କଥା ରଖିଲେ ସ୍ବାମୀ, 7କୋଟିରେ ସାଉଥ ଷ୍ଟାଇଲରେ ନିର୍ମାଣ କଲେ ମା' ସନ୍ତୋଷୀଙ୍କ ଭବ୍ୟ ମନ୍ଦିର

author img

By

Published : Feb 25, 2023, 9:56 PM IST

ଧଳା ମଚମଚ ମାର୍ବଲରେ ଠିଆ ହୋଇଛି ବିରାଟକାୟ ମନ୍ଦିର । ଯୁଆଡେ ଆଖି ପକାଇଲେ ନିଖୁଣ କାରୁକାର୍ଯ୍ୟ, କାରିଗରୀ । ସାଉଥ୍ ଷ୍ଟାଇଲରେ ଓଡିଶାରେ ନିର୍ମାଣ ହୋଇଛି ମା’ ସନ୍ତୋଷୀଙ୍କ ମନ୍ଦିର । ପତ୍ନୀଙ୍କ ପ୍ରତିଶୃତି ରକ୍ଷା କରି ୭କୋଟିର ମନ୍ଦିର କରିଛନ୍ତି ଯାଜପୁରର ଶାହଜାହାନ । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

Husband builds temple for wife
Husband builds temple for wife
କଥା ଦେଇ କଥା ରଖିଲେ ସ୍ବାମୀ, ସାଉଥ ଷ୍ଟାଇଲେ ନିର୍ମାଣ କଲେ ମା' ସନ୍ତୋଷୀଙ୍କ ଭବ୍ୟ ମନ୍ଦିର

ଯାଜପୁର: ଦିନେ ମୋଗଲ ସମ୍ରାଟ ଶାହଜାହାନ ନିଜ ବେଗମ ମମତାଜଙ୍କ ପାଇଁ ତାଜମହଲ ନିର୍ମାଣ କରିଥିଲେ । ଯାହାକି ସାରା ଦୁନିଆ ପାଇଁ କିମ୍ବଦନ୍ତୀ ପାଲଟିଯାଇଛି । ଆଜି ଠିକ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ପତ୍ନୀଙ୍କୁ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିବା ଲାଗି ସ୍ବାମୀ ଗଢି ତୋଳିଛନ୍ତି ସନ୍ତୋଷୀ ମା'ଙ୍କ ବିଶାଳକାୟ ମନ୍ଦିର । ପତ୍ନୀଙ୍କ ପ୍ରତିଶୃତି ରକ୍ଷା କରି ୭କୋଟିର ମନ୍ଦିର ନିର୍ମାଣ କରିଛନ୍ତି ଯାଜପୁରର ଏହି ଶାହଜାହାନ । ଧଳା ମଚମଚ ମାର୍ବଲରେ ଠିଆ ହୋଇଛି ବିରାଟକାୟ ମନ୍ଦିର । ଯୁଆଡେ ଆଖି ପକାଇଲେ ନିଖୁଣ କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ପତି ପତ୍ନୀଙ୍କ ଏହି ପ୍ରେମଭାବ ଦେଖି ଏବେ ଉଭୟଙ୍କୁ ସମସ୍ତେ କହିଛନ୍ତି ବାଃ ବାଃ ।

ଜିଲ୍ଲାର ବିଞ୍ଝାରପୁର ଚିକଣା ଗାଁରେ ନିର୍ମାଣ ହୋଇଛି ଏହି ଭବ୍ୟ ମନ୍ଦିର । ଆସନ୍ତା ୨୮ ତାରିଖରେ ଶିଳ୍ପପତି ସ୍ବାମୀ ମନ୍ଦିର ପ୍ରତିଷ୍ଠା କରି ନିଜ ପତ୍ନୀ ତଥା ଅଞ୍ଚଳବାସୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ଏହି ମନ୍ଦିର l ଯାହାକୁ ନିର୍ମାଣ ପାଇଁ ଦୀର୍ଘ ୧୫ ବର୍ଷ ସମୟ ଲାଗିଥିବା ବେଳେ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା । ହାଇଦ୍ରାବାଦରେ ରହୁଥିବା ଶିଳ୍ପପତି ସ୍ବାମୀ କ୍ଷେତ୍ରବାସୀ ଲେଙ୍କା ପତ୍ନୀ ବୈଜୟନ୍ତୀଙ୍କ ପାଇଁ ତୋଳିଛନ୍ତି ଏହି ମନ୍ଦିର । ଦକ୍ଷିଣ ଭାରତୀୟ ମନ୍ଦିର ଶୈଳୀରେ ନିର୍ମିତ ହୋଇଛି ଏହି ମନ୍ଦିର । ଧବଳ ପଥର ମନ୍ଦିରର ସୌନ୍ଦର୍ଯ୍ୟକୁ ବର୍ଦ୍ଧିତ କରିଛି । ମନ୍ଦିର ଚତୁଃପାର୍ଶ୍ବରେ ଛୋଟ ବଗିଚା ମଧ୍ୟ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ-ଯାଜପୁରରେ ବଢୁଛି ବେଆଇନ ଇଟାଭାଟି, ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ମିଳିଥିବା ସୂଚନା ଅନୁସାରେ ପତ୍ନୀ ସନ୍ତୋଷୀ ମା'ଙ୍କ ଭକ୍ତ । ସ୍ବାମୀ କ୍ଷେତ୍ରବାସୀ ଲେଙ୍କାଙ୍କ ସହିତ ବିବାହ ବେଳେ ଗାଁରେ ସନ୍ତୋଷୀ ମା' ମନ୍ଦିରଟିଏ ନିର୍ମାଣ ଲାଗି ସ୍ବାମୀଙ୍କୁ କହିଥିଲେ । ସ୍ବାମୀ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ । ସେହି ସ୍ଵପ୍ନ ପୂରଣ ପାଇଁ ଲାଗିଗଲା ଦୀର୍ଘ ୧୫ବର୍ଷ । ଛୋଟ ମନ୍ଦିର ଆଜି ଏକ ବିଶାଳକାୟ ମନ୍ଦିରରେ ପରିଣତ ହୋଇଛି । ମନ୍ଦିରର ମୁଖଶାଳା ୮୬ ଫୁଟ ହୋଇଥିବା ବେଳେ ମନ୍ଦିର ୬୫ ଫୁଟ ବିଶିଷ୍ଟ ହୋଇଛି । ମନ୍ଦିରରେ ସନ୍ତୋଷୀ ମା'ଙ୍କ ସହ ଶିବ ଗଣେଶ, ହନୁମାନ ଓ ନବଗ୍ରହ ଏହି ମନ୍ଦିରରେ ପୂଜା ପାଇବେ । ଏହି ମନ୍ଦିର ଗାଁରେ ନିର୍ମିତ ହୋଇଥିବା ବେଳେ ଅଞ୍ଚଳବାସୀ ବେଶ ଗର୍ବ ଅନୁଭବ କରିବା ସହ ଖୁସିବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ ସ୍ବାମୀଙ୍କଠାରୁ ଏଭଳି ଉପହାର ପାଇ ବେଶ ଖୁସି ଅନୁଭବ କରିଛନ୍ତି ପତ୍ନୀ ବୈଜୟନ୍ତୀ । ସେପଟେ ଆଜିର ସମାଜରେ ଅନେକ ସ୍ଥାନରେ ପତି ପତ୍ନୀଙ୍କ ଝଗଡା ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଏହି ପତି ପତ୍ନୀଙ୍କ ସମ୍ପର୍କ ଏବେ ସାରା ରାଜ୍ୟରେ ଉଦାହରଣ ପାଲଟିଥିବା ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି । ପତି ଓ ପତ୍ନୀଙ୍କ ଭଲ ପାଇବା ଓ ଉପହାରକୁ ନେଇ ସବୁ ଆଡେ ଚର୍ଚ୍ଚା । ଏନେଇ ପତ୍ନୀ ବୈଜୟନ୍ତୀ କହିଛନ୍ତି, " ମୁଁ ଅତ୍ୟନ୍ତ ଖୁସି । ମୋ ସ୍ବାମୀ ମୋର ଏକ ଛୋଟ ସ୍ବପ୍ନକୁ ବିଶାଳ ରୂପ ଦେଇଛନ୍ତି । ମନ୍ଦିର ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ହୋଇଛି । ହାଇଦ୍ରାବାଦରୁ ସମସ୍ତ କାରିଗର ଆସିଛନ୍ତି । ସନ୍ତୋଷୀ ମା'ଙ୍କ ମୂର୍ତ୍ତି ଗୁଜୁରାଟରୁ ଆସିଥିବା ବେଳେ ଅନ୍ୟ ଦେବାଦେବୀଙ୍କ ମୂର୍ତ୍ତି ଖିଚିଂରୁ ଆସିଛି ।"

ଏହି ମନ୍ଦିର ନିର୍ମାଣ କରି କଥା ଦେଇ କଥା ରଖିଛନ୍ତି ବୈଜୟନ୍ତୀଙ୍କ ସ୍ବାମୀ । ବିବାହ ବେଳେ ସନ୍ତୋଷୀ ମନ୍ଦିର କରିବା ପାଇଁ ପ୍ରତିଶ୍ରୁତି ଦେଇ ଆଜି ତାକୁ ପୁରଣ କରିଛନ୍ତି । ଯାହା ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଥିବା ଭଲ ପାଇବାର ନିଦର୍ଶନ ସାଜିଛି । ସେଥିପାଇଁ ତ କ୍ଷେତ୍ରବାସୀଙ୍କୁ କୁହାଯାଉଛି ଯାଜପୁରର ଶାହଜାହନ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.