ETV Bharat / state

ବଚସାରୁ କରୁଣ ପରିଣତି, ଏକାଠି ଝୁଲି ପଡିଲେ ଦମ୍ପତି - କୋରେଇ ଥାନା

ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ସ୍ୱାମୀ ସ୍ତ୍ରୀ, ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ବଚସାର କରୁଣ ପରିଣତି, ଆତ୍ମହତ୍ୟା କଲେ ସ୍ବାମୀ ସ୍ତ୍ରୀ

author img

By

Published : Jul 24, 2021, 11:34 AM IST

Updated : Jul 24, 2021, 11:41 AM IST

ଯାଜପୁର: କୋରେଇ ଥାନା ଅନ୍ତର୍ଗତ ଯୁଗଳ ଗାଁରେ ଅଭାବନୀୟ ଘଟଣା l ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ସ୍ୱାମୀ ସ୍ତ୍ରୀ । ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ ଘର ବାହାରେ ଏକ ଗଛରେ ଆତ୍ମହତ୍ୟା କରିଛନ୍ତି । ମୃତ ମହିଳାଜଣଙ୍କ ହେଉଛନ୍ତି ସବୀତା ଜେନା ଓ ତାଙ୍କ ସ୍ବାମୀ ସାନ୍ତନୁ ଜେନା । ଉଭୟ କାହିଁକି ଆତ୍ମହତ୍ୟା କଲେ ଏହା ପଛରେ କଣ ରହିଛି କାରଣ ତାହା ଅସ୍ପଷ୍ଟ ରହିଛି l

ବଚସାର କରୁଣ ପରିଣତି, ଆତ୍ମହତ୍ୟା କଲେ ସ୍ବାମୀ ସ୍ତ୍ରୀ

ସୂଚନା ମୁତାବକ ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀ ଖିଆପିଆ ସରିବା ପରେ କୌଣସି ଏକ ଘଟଣାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି l ତେବେ ଆଜି ସକାଳୁ ପରିବାର ପକ୍ଷରୁ ବାହାରକୁ ଆସି ଝୁଲନ୍ତା ଅବସ୍ଥାରେ ମୃତଦେହ ପାଇଥିବା ବେଳେ ବୋହୂର ମୃତଦେହ ଘର ଭିତରେ ଦେଖିବାକୁ ପାଇଥିଲେ l ତେବେ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jul 24, 2021, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.