ଯାଜପୁର: ଜିଲ୍ଲାର କୋରାଇ ଥାନା ପୂର୍ବକୋଟ ଅଞ୍ଚଳରେ ପୋଲିସ ଅତର୍କିତ ଚଢାଉ କରି ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁ୍କ୍ତଙ୍କ ଠାରୁ 223 ଗ୍ରାମ ସୁନା ଓ 1 କେଜି ରୂପା ଓ 3ଲକ୍ଷ 4 ହଜାର ନଗଦ ଟଙ୍କା, ଏଟିଏମ୍ କାର୍ଡ ଓ ମାରଣାସ୍ତ୍ର ଜବତ କରିଛି ପୋଲିସ । ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକ।
ସୂଚନା ମୁତାବକ ଗତ ୧୯ ତାରିଖ ଦିନ ଜିଲ୍ଲାରେ ଘଟିଥିବା ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତି ଥିବା କିଛି ବ୍ୟକ୍ତିଙ୍କ ସମ୍ପର୍କରେ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କରେଇ ପୋଲିସ । ଯାଜପୁର ଏସ୍ପି ଚରଣସିଂ ମୀନାଙ୍କ ନିର୍ଦ୍ଦେଶରେ ଯାଜପୁର ରୋଡ ଏସ୍ଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ବରେ ୫ ଜଣିଆ ଅଫିସର ଟିମ ତେଲେଙ୍ଗା ବସ୍ତିରେ ଚଢାଉ କରି ୩ ଜଣକୁ ଗିରଫ କରି ଅଧିକ ଜେରା କରୁଛି ।
ଆଜି(ଶନିବାର) ଏହି ଘଟଣାର ଖୁଲାସା କରିଛି କୋରେଇ ପୋଲିସ । ପୋଲିସ ସୂଚନା ଅନୁସାରେ ମଙ୍ଗଳପୁର ସୁନା ଦୋକାନିକୁ ଆକ୍ରମଣ ଘଟଣାରେ ଏହି ଆସାମୀ ମାନଙ୍କ ପରୋକ୍ଷରେ ଏମାନଙ୍କ ସମ୍ପୃକ୍ତି ଅଛି । ଅଧିକ ତଦନ୍ତ ଚାଲିଥିବା ବେଳେ ଆସମୀ ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ