ଯାଜପୁର: ଖଣ୍ତିଆ ବିଛଣାରେ ପଡିଛନ୍ତି ପ୍ରଭାତ । କାହିଁକି ନା ଶରୀରରେ ବ୍ୟାପିଛି ଏକ ଭୟଙ୍କର ଘା । ଯାଜପୁର ନୂଆପାଟଣା ଗାଁର ପ୍ରଭାତ । ଦୀର୍ଘ ୭ ମାସରୁ ଅଧିକ ସମୟ ହେବ ଏମିତି କଷ୍ଟ ଭୋଗୁଛନ୍ତି । ବିଛଣାରେ ପଡିରହି ହାତଗୋଡ ବି ଅଚଳ ହୋଇଗଲାଣି। ଚିକିତ୍ସା ପାଇଁ ପରିବାର ଲୋକେ ବି କଟକ ବଡ଼ ଡ଼ାକ୍ତରଖାନାକୁ ନେଇଛନ୍ତି ପରିବାର ଲୋକେ । ହେଲେ ଘା ଶୁଖିବା ନାଁ ନେଉନାହିଁ । ଯେଉଁ ବୟସରେ ସେ ପରିବାରର ଦୁଃଖ ବୁଝିବା କଥା ଏବେ ତାଙ୍କ ଦୁଃଖ ହିଁ ପରିବାର ପାଇଁ ବୋଝ ସାଜିଛି। ଭେଣ୍ତିଆ ପୁଅକୁ ରୋଗ ଶଯ୍ୟାରେ ଦେଖି ନିଇତି ଗୁମୁରି କାନ୍ଦୁଛି ମାଆ । ପୁଅର ପାଖେ ପାଖେ ରହି ସେବାରେ ଲାଗିଛନ୍ତି ମା କୋଇଲି । ରୋଜଗାରିଆ ପୁଅ ଏବେ ରୋଗାଗ୍ରସ୍ତ ହୋଇପଡିବାରୁ ପରିବାର ଚଳିବା ମଧ୍ୟ କଷ୍ଟକର ହୋଇପଡିଛି ।
ଘା'ର ଯନ୍ତ୍ରଣାରେ ଛଟପଟ ଯୁବକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ - financial assistance
ଘା' ଯନ୍ତ୍ରଣାରେ କଷ୍ଟ ପାଉଛନ୍ତି ଯୁବକ। ଦୀର୍ଘ ପ୍ରାୟ ୭ ମାସରୁ ଅଧିକ ହେବ ରୋଗ ଶଯ୍ୟାରେ କଲବଲ ହେଉଛନ୍ତି ଯୁବକ । ସରକାରୀ ସହାୟତା ଯୋଗାଇବାକୁ ଦାବି । ଅଧିକ ପଢନ୍ତୁ....