ETV Bharat / state

ଅଦିନିଆ ବର୍ଷା, ଶହେ ଏକରରୁ ଅଧିକ ଡାଳୁଅ ଧାନ ନଷ୍ଟ

କୋରେଇ ବ୍ଲକରେ ଅଦିନିଆ ବର୍ଷା । ଶହେ ଏକରରୁ ଅଧିକ ଡାଳୁଅ ଧାନ ନଷ୍ଟ । ଫଳରେ ଚାଷୀ ମୁଣ୍ଡରେ ଚଡକ । ସେପଟେ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

heavy rain, more-then-millions-costing-of-rice-are-destroy-in-jajpur
ଅଦିନିଆ ବର୍ଷା, ଶହେ ଏକରୁ ଅଧିକ ଡାଳୁଅ ଧାନ ନଷ୍ଟ
author img

By

Published : May 15, 2021, 4:26 PM IST

ଯାଜପୁର : କୋରେଇ ବ୍ଲକରେ ଅଦିନିଆ ବର୍ଷା । ଶହେ ଏକରରୁ ଅଧିକ ଡାଳୁଅ ଧାନ ନଷ୍ଟ । ଫଳରେ ଚାଷୀ ମୁଣ୍ଡରେ ଚଡକ ।

ପ୍ରକାଶ ଯୋଗ୍ୟ, କୋରେଇ ବ୍ଳକରେ ୫୦ରୁ ଉର୍ଦ୍ଧ୍ବ ଧାନ ଚାଷୀ ଏବେ ଡାଳୁଅ ଧାନ ଚାଷ କରିଥିଲେ । ଆଶା କରିଥିଲେ କୋରୋନା ସମୟରେ କିଛି ରୋଜଗାର କରିବା । ମାତ୍ର ଏହା ଉପରେ ଦାଉ ସାଧିଲା ଦୈଇଵ । ପ୍ରଥମେ ବର୍ଷା ନହେବା ଫଳରେ ଚାଷୀ ଧାନରେ ପାଣି ମଡେଇ ନପାରି ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲା । ଏବେ ବର୍ଷା ଅଧିକ ହେବା ଫଳରେ ଚାଷୀର ସମସ୍ୟା ବଢିଗଲା । ଧାନ ଗଛରେ ଥୋଡ଼ ବାହାରି ଯିବା ଫଳରେ ଗଛ ମୂଳରେ ବର୍ଷା ପାଣି ରହିବା ଯୋଗୁ ଗଛ ପଚିବାକୁ ବସିଲାଣି । ଯାହାଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।

ଅଦିନିଆ ବର୍ଷା, ଶହେ ଏକରୁ ଅଧିକ ଡାଳୁଅ ଧାନ ନଷ୍ଟ

ଵିଶେଷ କରି କୋରେଇ ବ୍ଲକର ଆଲଡା, ଧନେଶ୍ୱର, ବେଗନାରେ ସାଧାରଣତଃ ଡାଳୁଅ ଧାନ ଅଧିକ ଚାଷ ହେଇଥାଏ । ଏବେ ଏତେ ପରିମାଣର ଧାନ ପଚିଯିବାରୁ ଏବେ ଚିନ୍ତାରେ ଧାନ ଚାଷୀ । ସେପଟେ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଚାଷୀ । ସେପଟେ ଆଜି ସରକାର କାଳିଆ ଯୋଜନାରେ ଚାଷୀଙ୍କ ପାଇଁ ଟଙ୍କା ଆକାଉଣ୍ଟ ଛାଡିଥିବା ବେଳେ କିଛି ଚାଷୀ ଟଙ୍କା ନପାଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.