ଯାଜପୁର: କୋଭିଡ ଟେଷ୍ଟ କିଟ୍ ଜାଳିଦେଲେ ମେଡ଼ିକାଲ କର୍ମଚାରୀ । କୋରେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଟେଷ୍ଟିଂ କିଟ୍ ଜାଳି ଦେଇଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।
ସୂଚନା ମୁତାବକ ଆଜି ସକାଳୁ (ମଙ୍ଗଳବାର) କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ମାନେ କୋରୋନା କିଟ୍ ଜାଳୁଥିବା ସ୍ଥାନୀୟ ଲୋକେ ଖବର ପାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଞ୍ଚି ଏହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚି ଏହାର କାରଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଠାରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ । ହେଲେ କ୍ୟାମେରା ସମ୍ମୁଖରେ ସେମାନେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ।
ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ କୋଭିଡ ଟେଷ୍ଟିଂ କିଟର ଯଥେଷ୍ଟ ଆବଶ୍ୟକତା ରହିଛି । ତେଣୁ ଏତେ ପରିମାଣର କୋରୋନା ଟେଷ୍ଟିଂ କିଟ୍ କାହିଁକି ପୋଡ଼ା ଯାଉଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ