ETV Bharat / state

ରୂପେଶଙ୍କ ରଙ୍ଗଶାଳା ସିଲ କଲା ପ୍ରଶାସନ - ପିଇଓ ସ୍ମିତାରାଣି ବିଶ୍ବାଳ

ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିବା ଗେଷ୍ଟହାଉସକୁ ସିଲ କଲା ସ୍ଥାନୀୟ ତହସିଲ । ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଏହି ଗେଷ୍ଟହାଉସ ସରକାରୀ ଜମିରେ ଅବସ୍ଥିତ ଥିବା ଦର୍ଶାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Oct 25, 2019, 4:50 PM IST

Updated : Oct 25, 2019, 5:07 PM IST

ଯାଜପୁର: ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାର ବଦଳୁଛି ମୋଡ । ବିରୋଧିଙ୍କ ଦ୍ବାରା ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଥିବା ବେଳେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ ସରକାରୀ ଜମିରେ ଅବସ୍ଥିତ ଥିବା ଦର୍ଶାଯାଇଛି । ଏହି ଗେଷ୍ଟହାଉସରେ ହିଁ ଘଟିଥିଲା ସ୍ମିତାରାଣୀଙ୍କର ମୃତ୍ୟୁ । ତଦନ୍ତରୁ ଜମିର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ହେବା ପରେ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ଶୁକ୍ରବାର ଗେଷ୍ଟହାଉସକୁ ଜଉମୁଦରେ ସିଲ୍ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଗତ ୧୬ ତାରିଖରେ ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଏହି ଗେଷ୍ଟହାଉସରୁ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ଏବେ ବି ରାଜ୍ୟ ରାଜନୀତି ସରଗରମ ରହିଛି । ଏଥି ମଧ୍ୟରେ ତହସିଲ ପ୍ରଶାସନ ପକ୍ଷରୁ ଗେଷ୍ଟହାଉସକୁ ସିଲ୍‌ କରାଯିବା ସହ ଗେଷ୍ଟହାଉସର ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରିଦିଆଯାଇଛି । ଏହାସହ ଜମି ଉପରେ ନାଲି ପତାକା ପୋତି 144 ଧାରା ଜାରି କରାଯାଇଛି । ତେବେ ଏ ସମ୍ପର୍କରେ ପଚରାଯାଇଥିବା ବେଳେ ସମ୍ପୃକ୍ତ ତହସିଲଦାର କିମ୍ବା ପୋଲିସ ଅଧିକାରୀ ମନ୍ତବ୍ୟ ଦେଇନାହାନ୍ତି ।

ସ୍ମିତାରାଣୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ଓ ଗେଷ୍ଟହାଉସଟି ସରକାରୀ ଜମିରେ ଅବସ୍ଥିତ ଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଯାହାକୁ ନେଇ ବିରୋଧୀ ଦଳ ଭାବେ ଉଭୟ ବିଜେପି ଏବଂ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିଲେ । ଏହା ପରେ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଧର୍ମଶାଳା ତହସିଲ ପ୍ରଶାସନ ଏ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଶୁକ୍ରବାର ସ୍ଥାନୀୟ ତହସିଲଦାରଙ୍କ ଦ୍ବାରା ଏହି ବିଲଡିଂ ଏବଂ ଜାଗା ଉପରେ 144 ଧାରା ଜାରି ହେବା ସହ ଗେଷ୍ଟହାଉସକୁ ସିଲ ମଧ୍ୟ କରାଯାଇଛି । ଏପରିକି ଏହି ବିଲଡିଂକୁ ଦିଆଯାଇଥିବା ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇଛି । ତେବେ ଏହା ସମ୍ଭବ ହେଲା କିପରି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠାଯାଇଛି । ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର ସରକାରୀ ଜମିରେ ଏତେ ବଡ ସୌଧ ନିର୍ମାଣ କଲେ କିପରି ସାଧାରଣରେ ପ୍ରଶ୍ନ ଉଠିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-guest_house_seal
format-avo
reporter-Gyanaranjan ojha
place-jajpur
date-25.10.19
Anchor---ଯାଜପୁର ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାର ବଦଳୁଛି ମୋଡ । ବିରୋଧିଙ୍କ ଦ୍ବାରା ଘଟଣାର ସିବିଆଇ ତଦନ୍ତ ଦାବୀ କରାଯାଇଥିବା ବେଳେ ଅଭିଯୁକ୍ତ ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସ ସରକାରୀ ଜମିରେ ଅବସ୍ଥିତ ଥିବା ଦର୍ଶାଯାଇଥିଲା । କଥା ହେଲା ଏହି ଗେଷ୍ଟହାଉସରେ ହିଁ ସ୍ମିତାରାଣୀଙ୍କର ମୃତ୍ୟୁ ଘଟିଥିଲା । ତେବେ ସରଜମିନ୍ ତଦନ୍ତରୁ ଜମିର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ହେବା ପରେ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ଆଜି ଗେଷ୍ଟହାଉସକୁ ଜଉମୁଦରେ ସିଲ୍ କରାଯାଇଛି । ବିଦ୍ୟୁତ୍ ସରବରାହକୁ ମଧ୍ୟ ବିଚ୍ଛିନ୍ନ କରାଯାଇଛି । ଏଥିସହ ଏହି ଜମି ଉପରେ ନାଲି ପତାକା ପୋତି 144ଧାରା ମଧ୍ୟ ଜାରି କରାଯାଇଛି । ତେବେ ଏ ସମ୍ପର୍କରେ ପଚାରିଥିଲେ ମଧ୍ୟ ସମ୍ପୃକ୍ତ ତହସିଲଦାର କିମ୍ବା ପୋଲିସ୍ ଅଧିକାରୀ ଏଥିରେ କୌଣସି ମନ୍ତବ୍ୟ ଦେଇନଥିଲେ । ଗତ ୧୬ ତାରିଖରେ ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣି ବିଶ୍ବାଳଙ୍କ ମୃତଦେହ ଏହି ଗେଷ୍ଟହାଉସରୁ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ଏବେ ବି ରାଜ୍ୟ ରାଜନୀତି ସରଗରମ ରହିଛି । ତେବେ ଏହା ଏକ ହତ୍ୟାକାଣ୍ଡ ଓ ଗେଷ୍ଟହାଉସଟି ସରକାରୀ ଜମିରେ ଅବସ୍ଥିତ ଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଯାହାକୁ ନେଇ ବିରୋଧୀ ଦଳ ଭାବେ ଉଭୟ ବିଜେପି ଏବଂ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଧର୍ମଶାଳା ତହସିଲ ପ୍ରଶାସନ ଏ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଆଜି ସ୍ଥାନୀୟ ତହସିଲଦାରଙ୍କ ଦ୍ବାରା ଏହି ବିଲଡିଂ ଏବଂ ଜାଗା ଉପରେ 144ଧାରା ଜାରି ହେବା ସହ ଗେଷ୍ଟହାଉସକୁ ସିଲ ମଧ୍ୟ କରାଯାଇଛି । ଏପରିକି ଏହି ବିଲଡିଂକୁ ଦିଆଯାଇଥିବା ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇଛି । ତେବେ ଏହା ସମ୍ଭବ ହେଲା କିପରି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠାଯାଇଛି । ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର ସରକାରୀ ଜମିରେ ଏତେ ବଡ ସୌଧ ନିର୍ମାଣ କଲେ କିପରି ପ୍ରଶ୍ନ ଉଠିଛି ସାଧାରଣରେ ?
Body:NewsConclusion:
Last Updated : Oct 25, 2019, 5:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.