ETV Bharat / state

ସଉଦା କିଣିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୯ ଆହତ - ଯାଜପୁରରେ ଗୋଷ୍ଠୀ ସଂଘର୍ଶ

ଦାନଗଦି ଫାଣ୍ଡି ସିଙ୍ଗାଡ଼ିଆ ଗାଁରେ ଦୋକାନରୁ ସଉଦା କିଣିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଗତକାଲି ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଅଧିକ ପଢ଼ନ୍ତୁ

ସଉଦା କିଣିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୯ ଆହତ

author img

By

Published : May 1, 2022, 9:48 AM IST

ଯାଜପୁର: ଦାନଗଦି ଫାଣ୍ଡି ସିଙ୍ଗାଡ଼ିଆ ଗାଁରେ ଦୋକାନରୁ ସଉଦା କିଣିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଗତକାଲି(ଶନିବାର) ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଫଳରେ 19 ଜଣ ଆହତ ହୋଇଛନ୍ତି ।

ସଉଦା କିଣିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୯ ଆହତ

ଘଟଣା ସ୍ଥଳରେ ପୋଲିସ ପହଞ୍ଚି 12ରୁ ଊର୍ଦ୍ଧ୍ବ ଗୋଷ୍ଠୀ ସଂଘର୍ଷରେ ସାମିଲ ଲୋକଙ୍କୁ ଉଠାଇ ନେଇଥିଲା । ଏହାପରେ ସିଙ୍ଗାଡ଼ିଆ ଗାଁରେ ପରିସ୍ଥିତି ଶାନ୍ତ ପଡିଥିଲା । ଗତକାଲି(ଶନିବାର) ରାତିରେ ଏହି ଗାଁରେ ଥିବା ଏକ ତେଜରାତି ଦୋକାନକୁ ସଉଦା କିଣିବାକୁ ସ୍ଥାନୀୟ କାରଖାନାରେ କାମ କରୁଥିବା କିଛି ଶ୍ରମିକ ଯାଇଥିଲେ । ସେଠାରେ ମିଶ୍ରି କିଣିବା କଥାକୁ ନେଇ ଦୋକାନୀ ଓ ଶ୍ରମିକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଶ୍ରମିକ ମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।

କିଛି ଗ୍ରାମବାସୀ ଗଣ୍ଡଗୋଳକାରୀଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ । ତାସହିତ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ଆହତମାନଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । 12 ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.