ଯାଜପୁର: ଜିଲ୍ଲାବାସୀଙ୍କ ମୁହଁରେ ଫୁଟିଲା ହସ । ଦୀର୍ଘଦିନ ଧରି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ତାର ଅନ୍ତ ଘଟିଛି । ଯାଜପୁରରେ ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ମୋଟ ୩୭୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
ଜିଲ୍ଲାର ଆଙ୍କୁଲା ମୌଜାରେ ହେବାକୁ ଥିବା ଏହି ମେଡିକାଲ କଲେଜ ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ଅର୍ଥ ଅନୁମୋଦନ କରିବା ସହ ଟେଣ୍ଡର ପାଇଁ ମଧ୍ୟ ଆହ୍ବାନ କରିଛନ୍ତି । ମେଡିକାଲ କଲେଜ ପାଇଁ ବର୍ତ୍ତମାନ ସୁଦ୍ଧା ମୋଟ ୨୫ ଏକର ଜମି ଯୋଗାଡ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ୮ ଏକର ଜମି ଯୋଗାଡ କରାଯିବ । ଏହି ସ୍ଥାନରେ ସେଣ୍ଟର ଫର ଏକ୍ସିଲେନ୍ସ ପ୍ରତିଷ୍ଠା କରାଯିବ ବୋଲି ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଜଣାଇଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ