ଯାଜପୁର: ଧର୍ମଶାଳା ଥାନା ବ୍ରହ୍ମବରଦାର ସୁନା ବ୍ୟବସାୟୀଙ୍କୁ ଆକ୍ରମଣ । ଗତ ରାତି 8ରେ ତିନିଜଣ ଦୁର୍ବୃତ୍ତ ବାଇକରେ ଆସି ଆକ୍ରମଣ କରିବା ପରେ ବ୍ୟବସାୟୀଙ୍କ ଠାରୁ ଗହଣା ଓ ସ୍କୁଟି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସେପଟେ ଗୁରୁତର ଅବସ୍ଥାରେ ଦୋକାନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତ ମଙ୍ଗଳବାର ରାତିରେ ମହେଶ୍ବର ଦୋକାନ ବନ୍ଦ କରି ସୁନାଗହଣା ଧରି ସ୍କୁଟିରେ ବନ୍ଧଢିହସ୍ଥିତ ଘରକୁ ଫେରୁଥିଲେ । ରାତି ପ୍ରାୟ 8 ଟା ସମୟରେ ଏକ ପଲସର ବାଇକରେ 3 ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ । ସେପଟେ ଗୁରୁତର ଅବସ୍ତାରେ ମହେଶ୍ବରଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ