ETV Bharat / state

ଯୁବତୀଙ୍କୁ ଗଣ ଦୁଷ୍କର୍ମ, ବଡବଡିଆଙ୍କ ହାତ ଥିବା ଅଭିଯୋଗ

ଯାଜପୁପରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ପୂର୍ବତନ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କଲେ ପୀଡିତାଙ୍କ ବାପା ।

author img

By

Published : Apr 26, 2019, 12:10 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଯାଜପୁରରେ ଲଜ୍ଜା । ବିଳମ୍ବିତ ରାତିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ମାଡ ମାରି ଗୁରୁତର କରିଛନ୍ତି ଦୁର୍ବୃତ୍ତ । ଏ ନେଇ ଅଭିଯୋଗ କରି ପୀଡିତାଙ୍କ ବାପା ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି । ଏଥିରେ ଉତ୍ତେଜିତ ହୋଇ ସ୍ଥାନୀୟ ଲୋକେ ସୁକିନ୍ଦା ଥାନା ଘେରାଉ କରିଛନ୍ତି । ଏପଟେ ୪୮ ଘଣ୍ଟା ମଧ୍ୟରେ ଦୁଷ୍କର୍ମକାରୀଙ୍କୁ ଗିରଫ କରାନଗଲେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୁକିନ୍ଦା ଅଞ୍ଚଳର ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ଓ ଅନ୍ୟ ଜଣଙ୍କ ନାଁ ଏଥିରେ ଉଲ୍ଲେଖ ରହିଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତୁରନ୍ତ ରୁଜୁ ହୋଇଥିବା ମାମଲାର କପି ରଖିବା ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ସୁକିନ୍ଦା ଥାନା ଘେରାଉ କରିଥିଲେ ।

ଥାନାରେ ଦିଆଯାଇଥିବା ଏତଲା ମୁତାବକ, ଯୁବତୀ ଜଣକ ତାଙ୍କ ବାପାଙ୍କ ଦୋକାନରେ ବସିଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ଜଣେ ବ୍ୟକ୍ତି ସେଠାକୁ ଆସି ଗୁଟ୍‌ଖା ମାଗିଥିଲା । ଯୁବତୀ ତାଙ୍କୁ ଗୁଟଖା ପ୍ୟାକେଟ୍ ବଢ଼ାଇ ଦେବା ବେଳେ ସେ ତାଙ୍କ ହାତ ଧରି ଘୋଷାରି ଘୋଷାରି ଗାଡ଼ି ଭିତରକୁ ନେଇ ଯାଇଥିଲା । ସେତେବେଳେ ଯୁବତୀଙ୍କ ଘରେ କେହି ନଥିଲେ । ଅଭିଯୁକ୍ତ ତାଙ୍କୁ ଡୁବୁରି ରାସ୍ତାରେ ନେଇ ଯାଇଥିଲା । ବାଟରେ ଏକ ସ୍ଥାନରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା । ତା’ପରେ ସେ ତାଙ୍କୁ ଯାଜପୁର ରୋଡରେ ଥିବା ଉକ୍ତ ରାଜନେତାଙ୍କ ସଂପର୍କୀୟଙ୍କ ନିକଟକୁ ନେଇଥିଲା । ଚାକିରୀ କରାଇ ଦେବାକୁ କହି ଉଭୟେ ତାଙ୍କୁ ସେଠାରେ ପୁନର୍ବାର ଦୁଷ୍କର୍ମ କରିଥିଲେ । ସେମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ତା’ପରେ ଯେଉଁ ଅଭିଯୁକ୍ତ ତାଙ୍କୁ ଦୋକାନରୁ ଉଠାଇ ନେଇଥିଲା, ସେ ହିଁ ଆଣି ତାଙ୍କୁ ସଂନ୍ଧ୍ୟାରେ ଘର ପାଖରେ ଛାଡ଼ି ପଳାଇଥିଲା । ଝିଅ ଠାରୁ ସବୁ କଥା ଶୁଣିବା ପରେ ତାଙ୍କ ବାପା ଥାନାରେ ଏତଲା ଦେଇଥିଲେ ।

ଗୁରୁବାର ସକାଳୁ ପୋଲିସ ପିଡିତା ଯୁବତୀଙ୍କୁ ଡାକ୍ତରୀ ମାଇନା ନିମନ୍ତେ ପଠାଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି । ତେବେ ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପ୍ରତିକ୍ରିୟା ନେବାରୁ ସେ ଆଇନ ତା ବାଟରେ ଯିବ ଏବଂ ଯିଏ ଏଥିରେ ସମ୍ପୃକ୍ତ ଥିବ ସେ ଦଣ୍ଡ ପାଇବ ବୋଲି କହିଛନ୍ତି ।

ଏହି ଘଟଣାରେ ବିଜେପି ପକ୍ଷରୁ ଆଜି ଥାନା ଘେରାଉ କରାଯାଇଛି । ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ଗିରଫ କରା ନଗଲେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.