ETV Bharat / state

ହୋଟେଲ ନିକଟରୁ ଗଞ୍ଜେଇ ଜବତ ଘଟଣା, ଗିରଫ 4 ଅଭିଯୁକ୍ତ କୋର୍ଟଚାଲାଣ - ଗଞ୍ଜେଇ ଚାଲାଣ ନ୍ୟୁଜ ଯାଜପୁର

ପାଣିକୋଇଲି ଥାନା ଶର୍ମା ହୋଟେଲ ନିକଟରୁ ଗଞ୍ଜେଇ ଜବତ ଘଟଣାରେ ଗିରଫ 4 ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

ହୋଟେଲ ନିକଟରୁ ଗଞ୍ଜେଇ ଜବତ ଘଟଣା, ଗିରଫ 4 ଅଭିଯୁକ୍ତ କୋର୍ଟଚାଲାଣ

author img

By

Published : May 10, 2022, 6:29 PM IST

ଯାଜପୁର: ପାଣିକୋଇଲି ଥାନା ଶର୍ମା ହୋଟେଲ ନିକଟରୁ ଗଞ୍ଜେଇ ଜବତ ଘଟଣା । ଆଜି(ମଙ୍ଗଳବାର) କୋର୍ଟଚାଲାଣ ହେଲେ ଗିରଫ 4 ଅଭିଯୁକ୍ତ । ଏନେଇ ଯାଜପୁର ରୋଡ ଏସଡିପିଇଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି । ତେବେ ଚଢାଉ ସମୟରେ 131 କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି ।

ହୋଟେଲ ନିକଟରୁ ଗଞ୍ଜେଇ ଜବତ ଘଟଣା, ଗିରଫ 4 ଅଭିଯୁକ୍ତ କୋର୍ଟଚାଲାଣ

ସୂଚନା ଅନୁଯାୟୀ, ଗତ 8 ତାରିଖ ବିଳମ୍ବିତ ରାତିରେ ପାଣିକୋଇଲି ଥାନା ଶର୍ମା ହୋଟେଲ ନିକଟରେ କିଛି ଦୁର୍ବୃତ୍ତ ଏକ ବସରେ ଗଞ୍ଜେଇ ନେବାକୁ ଯୋଜନା କରୁଥିବା ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ ଜାଣିବାକୁ ପାଇ ଚଢ଼ାଉ କରିଥିଲେ l ଏହି ଚଢ଼ାଉରେ ପୋଲିସ 4 ଜଣଙ୍କୁ ଗିରଫ ପଚରାଉଚରା କରୁଥିଲା l ଆଜି ଗିରଫ ଚାରିଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତମାନେ ହେଲେ ନମଟିକିରି ଗାଁର ଦୁଃଶାସନ ଦଳେଇ, ତାଙ୍କ ସ୍ତ୍ରୀ ଝୁନି ଦଳେଇ, ପଶ୍ଚିମବଙ୍ଗ ଅଞ୍ଚଳର ବିକି ସିଂ ଏବଂ ବାଲେଶ୍ୱର ଜିଲ୍ଲାର ନିତାଇ ଚରଣ ଦାସଅଧିକାରୀ ବୋଲି ଜଣାପଡିଛି । ସେପଟେ 4 ଅଭିଯୁକ୍ତଙ୍କର କୋଭିଡ ଟେଷ୍ଟ ପରେ କେଶ ନମ୍ବର 102/22 ଓଡିଶା ଅବକାରୀ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.