ETV Bharat / state

୪ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ପାଣିକୋଇଲି ପୋଲିସ

author img

By

Published : Feb 16, 2021, 9:31 PM IST

Updated : Feb 16, 2021, 11:02 PM IST

ବାଲେଶ୍ଵରରୁ ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସରେ ବ୍ରାଉନସୁଗାର ନେଇ ଆସୁଥିବା ଦୁଇ ବେପାରୀଙ୍କୁ ରବିବାର ପାଣିକୋଇଲି ପୋଲିସ କାବୁ କରିଥିଲା। ମଙ୍ଗଳବାର ସେହି ଘଟଣାରେ ବାଲେଶ୍ଵରରୁ ଆଉ ଦୁଇ ଜଣ ବ୍ରାଉନସୁଗାର ବେପାରୀକୁ କାବୁ କରିଛି ପାଣିକୋଇଲି ପୋଲିସ। ଅଧିକ ପଢନ୍ତୁ...

୪ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ପାଣିକୋଇଲି ପୋଲିସ
୪ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ପାଣିକୋଇଲି ପୋଲିସ

ଯାଜପୁର: 4 ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ପାଣିକୋଇଲି ପୋଲିସ । ବାଲେଶ୍ଵରରୁ ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସରେ ବ୍ରାଉନସୁଗାର ନେଇ ଆସୁଥିବା ଦୁଇ ବେପାରୀଙ୍କୁ ରବିବାର ପାଣିକୋଇଲି ପୋଲିସ କାବୁ କରିଥିଲା। ମଙ୍ଗଳବାର ସେହି ଘଟଣାରେ ବାଲେଶ୍ଵରରୁ ଆଉ ଦୁଇ ଜଣ ବ୍ରାଉନସୁଗାର ବେପାରୀକୁ କାବୁ କରିଛି ପାଣିକୋଇଲି ପୋଲିସ।

ସୂଚନା ମୁତାବକ, ଯାଜପୁର ଏସପି ରାହୁଲ ପିଆରଙ୍କ ନିର୍ଦ୍ଦେଶ କ୍ରମେ ପାଣିକୋଇଲି ଥାନା ଅଧିକାରୀ ଚକ୍ରପତି କୁଅଁର ବିଭିନ୍ନ ସ୍ଥାନ ଚଢ଼ାଉ କରି ୪ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବାରେ ସଫଳ ହେଇଛି ।

ଏହି ଘଟଣାରେ ପ୍ରଥମରୁ କହ୍ନେପୁର ଅଞ୍ଚଳରୁ ପାର୍ଥସାରଥୀ ମହାନ୍ତି ଓ ରାଜେନ୍ଦ୍ର ମହାନ୍ତିକୁ ଧରିସାରିଥିଲାବେଳେ ମଙ୍ଗଳବାର ବାଲେଶ୍ୱର ଜିଲ୍ଲାର ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅଡ଼ଙ୍ଗ ବଜାରରୁ ବଚୁ ବର୍ମନ ଓ ସେକ କାବୁକୁ ପାଣିକୋଇଲି ପୋଲିସ ଗିରଫ କରିଛି। ଏନେଇ ଏକ ମାମଲା ରୁଜୁ କରାଯାଇଥିବାବେଳେ ସମସ୍ତ ଅଭିଯୁକ୍ତଙ୍କୁ ଆଜି(ମଙ୍ଗଳବାର) କୋର୍ଟ ଚାଲାଣ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 16, 2021, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.