ଯାଜପୁର: ଦାନଗଦୀ ବ୍ଲକ ମାଣିତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଟାଟା ଷ୍ଟିଲ କର୍ପୋରେଟ୍ ସେବା ବିଭାଗ ମହାପ୍ରବନ୍ଧକ ରମାରମଣ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୩୫୫୦ ବର୍ଗଫୁଟ ସ୍ଥାନରେ ଦୁଇଟି ଶ୍ରେଣୀ ଗୃହ ସହିତ ଏକ ବାରଣ୍ଡା ଓ ଏକ ସର୍ବସାଧାରଣ ହାତଧୁଆ କକ୍ଷ ନିର୍ମାଣ କରାଯିବ । ଏହି ପ୍ରକଳ୍ପରେ ମୋଟ ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ