ETV Bharat / state

୯୨ବର୍ଷରେ ଆଖି ବୁଜିଲେ ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସ

author img

By

Published : Jun 16, 2023, 10:34 PM IST

ପୂର୍ବତନ ଲୋକସଭା ସାଂସଦ ଅନାଦି ଚରଣ ଦାସଙ୍କ ବିୟୋଗରେ ଖେଳିଯାଇଛି ଶୋକର ଛାୟା । ଭୁବନେଶ୍ବରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ପୂର୍ବତନ ଲୋକସଭା ସାଂସଦ ଅନାଦି ଚରଣ ଦାସଙ୍କ ବିୟୋଗ

ଯାଜପୁର: ପୂର୍ବତନ ଲୋକସଭା ସାଂସଦ ଅନାଦି ଚରଣ ଦାସଙ୍କ ଆଜି ପରଲୋକ ହୋଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଯାଜପୁର ଲୋକସଭା ଆସନରୁ 5ଥର ନିର୍ବାଚିତ ହୋଇଥିଲେ ଅନାଦି ଦାସ । ଦୀର୍ଘ ଦିନରୁ ଡାଇବେଟିସରେ ପୀଡିତ ଥିଲେ ଅନାଦି ଦାସ। ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହେବାରୁ ଅସ୍ତ୍ରୋପଚାର କରାଯାଇ ତାଙ୍କ ଛାତିରେ ପେସ୍ ମେକର ଲଗାଯାଇଥିଲା।

ତେବେ ଅନାଦି ଦାସ ଜଣେ ଗାନ୍ଧିବାଦୀ ନେତା ଭାବେ ପରିଚିତ ଥିଲେ। କଂଗ୍ରେସରୁ ଟିକେଟ୍ ପାଇ ସେ ଯାଜପୁରର ସାଂସଦ ଭାବେ ସଂସଦରେ ପ୍ରତିନିଧିତ୍ବ କରିଥିବାର ନଜିର ରହିଛି। 1971, 1980 ଏବଂ 1984ରେ ମଧ୍ୟ ସେ ନିର୍ବାଚିତ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଦୀ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ବେଶ ନିକଟତର ଥିଲେ ଅନାଦି ଦାସ। ପ୍ରଥମେ ଭୂଦାନ ଆନ୍ଦୋଳନରେ ନେତୃତ୍ବ ନେଇଥିଲେ ଓ ପରେ ରାଜନୀତିରେ ପାଦ ଥାପିଥିଲେ ସେ ।

ସୂଚନା ଅନୁସାରେ, ଅନାଦି ଦାସଙ୍କ 4 ପୁଅ ମଧ୍ୟରୁ 3 ଜଣଙ୍କ ଦେହାନ୍ତ ହୋଇସାରିଛି। ତେବେ ଅନାଦି ସାଂସଦ ଥିବା ସମୟରେ ଅଞ୍ଚଳର ଉନ୍ନତି ପାଇଁ ଅନେକ କାମ କରିଛନ୍ତି। ଟେଲିକମ୍ ସେବା, ଡାକସେବା ସହିତ ଯୁବକଙ୍କୁ ନିଯୁକ୍ତି କ୍ଷେତ୍ରରେ ସେ ସର୍ବଦା ପ୍ରାଧାନ୍ୟ ଦେଇଆସିଥିଲେ। ସେହିପରି ଯାଜପୁରର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଯାଜପୁର ଟାଉନରେ ଥିବା ଜଗନ୍ନାଥ ମନ୍ଦିର,ଅଠରନଳା, ବରାହ ମନ୍ଦିର ସମ୍ମେତ ବହୁ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

ଖାଲି ସେତିକି ନୁହେଁ, ଦଳିତଙ୍କ ନ୍ୟାୟ ପାଇଁ ମଧ୍ୟ ସେ ଲଢେଇ କରିଥିବା ନଜିର ରହିଛି। l ପୂର୍ବତନ ସାଂସଦ ଅନାଦି ଚରଣଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

ଭୁବନେଶ୍ବରରୁ ତାଙ୍କ ପାର୍ଥିବ ଶରୀର ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବହୁ ସଂଖ୍ୟାରେ ନେତା ଏବଂ ସାଧାରଣଲୋକେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତେବେ ଆସନ୍ତାକାଲି ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.