ଯାଜପୁର: ଲଘୁଚାପ ଜନିଜ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉତ୍କଟ ହେବାରେ ଲାଗିଛି । ଯାଜପୁରରେ ବନ୍ୟା ସ୍ଥିତି ନେଇ ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ନିଯୁକ୍ତ ସ୍ବତନ୍ତ୍ର ସଚିବ ଭି.ଭି ଯାଦବ। ବୈତରଣୀ, ବ୍ରାହ୍ମଣୀ ଏବଂ ଖରସ୍ରୋତା ନଦୀରେ ହୋଇଥିବା ବନ୍ୟାର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ନିଯୁକ୍ତ ସ୍ବତନ୍ତ୍ର ସଚିବ ।
ଏହି ବୈଠକରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଆଲୋଚନରେ ସାମିଲ ହୋଇଥିଲେ। ବରୀରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବାରୁ ରିଲିଫ କାର୍ଯ୍ୟର ତଦାରଖ ଓ ପଲିଥିନ ପଠାଯିବାର ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି ।
ସେହିପରି ମହାନଦୀ ସିଷ୍ଟମରେ ବଡ଼ଚଣା ଓ ଧର୍ମଶାଳା ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ସେଥିପ୍ରତି ପ୍ରଶାସନ ସତର୍କ ରହିଛି । ବୈଠକରେ ସେ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, ଗେଙ୍ଗୁଟି, କାଣି ଓ କେଲୁଆ ନଦୀରେ ହୋଇଥିବା ବନ୍ୟାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ