ETV Bharat / state

ଓବେସୀଙ୍କ ବିବାଦୀୟ ମନ୍ତବ୍ୟ: କୋରେଇ ଥାନାରେ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦର ଏତଲା - ଓବେସୀଙ୍କ ବିରୁଦ୍ଧରେ କୋରେଇ ଥାନାରେ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦର ଏତଲା

କୋରେଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଓବେସୀଙ୍କ ବିରୁଦ୍ଧରେ କୋରେଇ ଥାନାରେ ଏତଲା ଦିଆଯାଇଛି । ଅଧିକ ପଢ଼ନ୍ତୁ

ଓବେସୀଙ୍କ ବିବାଦୀୟ ମନ୍ତବ୍ୟ: କୋରେଇ ଥାନାରେ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦର ଏତଲା

author img

By

Published : Jun 14, 2022, 10:30 PM IST

ଯାଜପୁର: ଜଗନ୍ନାଥ ମନ୍ଦିରକୁ ନେଇ AIMIM ମୁଖ୍ୟ ଅସାଦୁଦ୍ଦିନ ଓବେସୀଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ କୋରେଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଓବେସୀଙ୍କ ବିରୁଦ୍ଧରେ କୋରେଇ ଥାନାରେ ଏତଲା ଦିଆଯାଇଛି । ତା ସହିତ କୋରେଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ମିନାବଜାର କାର୍ଯ୍ୟାଳୟ ସମ୍ମୁଖରୁ ଏକ ପଦଯାତ୍ରା ମଧ୍ୟ କରାଯାଇଥିଲା ।

ଓବେସୀଙ୍କ ବିବାଦୀୟ ମନ୍ତବ୍ୟ: କୋରେଇ ଥାନାରେ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦର ଏତଲା

କୋରେଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ସଂଯୋଜକ ଭୂପତି ଭୂଷଣ ଦାଶଙ୍କ ନେତୃତ୍ୱରେ ଏହି ପଦଯାତ୍ରା କରାଯାଇଥିଲା । ଓବେସୀଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରାଯାଇଛି । ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଓବେସୀଙ୍କ ସାଂସଦ ପଦରୁ ଇସ୍ତଫା ଦାବି କରିଛି କୋରେଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ । ଓବେସୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କୋରାଇ ଥାନାରେ ଏତଲା ଦିଆଯାଇଛି । ଏହି ସମୟ ରେ କୋରାଇ ଅଞ୍ଚଳର ହିନ୍ଦୁ ସମାଜ ଓ ବଜରଙ୍ଗ ଦଳର ପ୍ରମୁଖ କର୍ମକର୍ତ୍ତା, ଯାଜପୁର ବିଶ୍ବ ହିନ୍ଦୁ ପରିଷଦର ସଭାପତି କୃଷ୍ଣ ଚନ୍ଦ୍ର ଲେଙ୍କା, ଧର୍ମ ଜାଗରଣ ନିଧି ପ୍ରମୁଖ ସାରସ ଦାସ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଯାଜପୁର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.