ETV Bharat / state

ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ଧାରଣା - Farmers' perceptions

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା । ଅଧିକ ପଢନ୍ତୁ...

The idea of a newly formed farmers' organization In front of the district attorney's office
ବିଭିନ୍ନ ଦାବି ନେଇ ଚାଷୀଙ୍କ ଧାରଣା
author img

By

Published : Jun 9, 2020, 4:13 PM IST

ଯାଜପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା । ମଙ୍ଗଳବାର ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ସଂଗଠନର ବହୁ ସଦସ୍ୟ ଶାନ୍ତପୂର୍ଣ୍ଣ ଧାରଣାରେ ବସିଥିଲେ ।

ବିଭିନ୍ନ ଦାବି ନେଇ ଚାଷୀଙ୍କ ଧାରଣା

ଏହି ଧାରଣାରେ ମୁଖ୍ୟତଃ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରି କରିନପାରିବା, ଫନି, ଫାଇଲିନ, ହୁଡହୁଡ ଓ ଅମ୍ପାନ ଭଳି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ ତଦନ୍ତ କରାଯାଇ ସହାୟତା ପ୍ରଦାନ କରିବା, ପ୍ରତ୍ୟେକ ଚାଷୀଙ୍କ ଠାରୁ ମୁଗ କ୍ରୟ କରିବା, ବର୍ଷ ବର୍ଷ ଧରି ରିଲିଫ କୋଡ ସଂଶୋଧନ ନହେବା ଫଳରେ ବିପର୍ଯ୍ୟୟ ସମୟରେ ଲକ୍ଷ ଲକ୍ଷ ଟଙ୍କାର ଫସଲ ହରାଇ ଉଚିତ ସହାୟତା ପାଇପାରୁନଥିବା ଆଦି ଦାବି ଉଠାଇଥିଲେ ।

ଏଥିସହ ସରକାର କୋରୋନା ମୁକାବିଲା ନାମରେ ଚାଷୀକୂଳକୁ ତଳିତଳାନ୍ତ କରିଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ନବ ନିର୍ମାଣ କୃଷକ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପ-ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.