ETV Bharat / state

ଋଣଭାର ସହି ନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ପୁଣି ଋଣଭାର ସହି ନପାରି ଏକ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ଗ୍ରାମରେ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଯାଜପୁର
author img

By

Published : Apr 14, 2019, 11:43 PM IST

ଯାଜପୁର: ପୁଣି ଋଣଭାର ସହି ନପାରି ଏକ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ଗ୍ରାମରେ । ମୃତକ ଜଣଙ୍କ ପଟୁଣିଆ ଗ୍ରାମରେ ସୁଶାନ୍ତ ଗନ୍ତାୟତ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ, ଶନିବାର ସୁଶାନ୍ତ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହାପରେ ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ତାଙ୍କ ମୃତ ଦେହକୁ ଏପର୍ଯ୍ୟନ୍ତ ପ୍ରଶାସନ ପରିବାରକୁ ହସ୍ତାନ୍ତର କରିନଥିବା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ସମେତ ପରିବାର ଲୋକେ କଣ୍ଟିଆଗାଡିଆ ଛକ ନିକଟରେ ଥିବା 53ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ମୟୂରଭଞ୍ଜ: ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା ପ୍ରସିଦ୍ଧ ଚୈତ୍ର ପର୍ବ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇନାହିଁ। ରାଜାରାଜୁଡ଼ା ଅମଳରୁ ଏହି ପର୍ବକୁ ବାରିପଦା ଠାରେ ଧୂମଧାମରେ ପାଳନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏହି ଚୈତ୍ର ପର୍ବକୁ ତିନି ଦିନ ବଦଳରେ ୨ଦିନ ପାଳନ କରାଯଇଛି।

ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରେ ଏହି ଚୈତ୍ର ପର୍ବ ବେସରକାରୀ ଭାବେ ପାଳିତ ହୋଇଛି। ଦୀର୍ଘ ଦିନର ପରମ୍ପରା ଏହି ଚୈତ୍ର ପର୍ବରେ ପାଳନ ହୁଏ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ। ଏହି ଚୈତ୍ର ପର୍ବରେ ବାରିପଦାର ଦୁଇ ସାହି ଉତ୍ତର ସାହି ଓ ଦକ୍ଷିଣ ସାହି ପକ୍ଷରୁ ନିଜ ଉଦ୍ୟମରେ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପାଳନ କରିଛନ୍ତି।

ପରମ୍ପରା ଅନୁଯାୟୀ ଏହି ଚୈତ୍ର ପର୍ବରେ ରାତିତମାମ ଛଉ ନୃତ୍ୟ ପରିବେଷଣ ହୁଏ। ଉଭୟ ସାହି ପକ୍ଷରୁ ଛଉ ନୃତ୍ୟ ପରିବେଷଣ କରାଯାଏ। ଖୋଲାଆକାଶ ତଳେ ହଜାର ହଜାର ଦର୍ଶକ ରାତିତମାମ ଏହାର ମଜା ନିଅନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.