ETV Bharat / state

ଫନି ବିଭୀଷିକାରେ ଆଖୁ ଚାଷୀଙ୍କ ସ୍ବପ୍ନ ଚୁରମାର - ସାମୁଦ୍ରିକ ଝଡ

ସାମୁଦ୍ରିକ ଝଡ ଫନି ବିଭୀଷିକାରୁ ବର୍ତ୍ତିନି ଯାଜପୁର ଜିଲ୍ଲା । ଏହି ପ୍ରଳୟଙ୍କାରୀ ବାତ୍ୟା ଭାଙ୍ଗି ଦେଇଛି ଆଖୁ ଚାଷୀଙ୍କ ମେରୁଦଣ୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : May 8, 2019, 11:20 PM IST

ଯାଜପୁର: ସାମୁଦ୍ରିକ ଝଡ ଫନି ବିଭୀଷିକାରୁ ବର୍ତ୍ତିନି ଯାଜପୁର ଜିଲ୍ଲା । ରାକ୍ଷସ ରୂପି ଏହି ପ୍ରଳୟଙ୍କାରୀ ବାତ୍ୟା ଭାଙ୍ଗି ଦେଇଛି ଆଖୁ ଚାଷୀଙ୍କ ମେରୁଦଣ୍ଡ । ଜିଲ୍ଲାର ବଡ଼ଚଣା ବ୍ଲକ ଅଧୀନରେ ଥିବା ସାଉଡ଼ିଆ, ବରପଦ, ନିଆଳି, ବାଲିକୁଦା ଆଉ ରସୁଲପୁର ବ୍ଲକର କୃଷ୍ଟପଡା, ନରସିଂହପୁର, କୋରାସେ, ବେତଣ୍ଡା ଆଉ ବିଲିପଡା ଆଦି ଅଞ୍ଚଳରେ ଆଖୁଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି । ଚାଷୀମାନେ ଋଣ ଏବଂ ହାତଉଧାରୀ କରି ଫସଲ କରିଥିଲେ । ତେବେ ବାତ୍ୟା ଫନି ମାତ୍ର କେଇ ଘଣ୍ଟାର ଖଣ୍ଡ ପ୍ରଳୟରେ ଆଖି ସାମନାରେ ଉଜୁଡିଦେଇଛି ସବୁ ଫସଲ । ଏବେ ଆଖୁ କିଆରିରେ ମାଟିରେ ଲୋଟିଥିବା ଅୟୁତ ସମ୍ଭାବନାକୁ ଦେଖି ମୁଣ୍ଡରେ ହାତ ଦେବା ଛାଡ ଅନ୍ୟ କିଛି ଉପାୟ ନଥିବା କହିଛନ୍ତି ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଅନ୍ୟପଟେ ବାତ୍ୟା ଯିବାର 6 ଦିନ ବିତିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ସମସ୍ୟା ବୁଝିନଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ବିଭାଗ ଅଧିକାରୀ ଏନେଇ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଛନ୍ତି।

ସମୟ ଥାଉ ଥାଉ ଯଦି ସରକାର ଚାଷୀଙ୍କ ସମସ୍ୟା ଦୂର ନକରନ୍ତି ଆଖୁଚାଷୀଙ୍କର ବହୁତ କ୍ଷତି ଦେବାର ସମ୍ଭାବନା ଅଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା , ଇଟିଭି ଭାରତ

Intro:ସାମୁଦ୍ରିକ ଝଡ଼ ଫନି ଚାଲି ଯାଇଛି ମାତ୍ର ଓଡିଶା ବାସୀଙ୍କ ମନରେ ଅନେକ ଦୁଃଖ ଆଉ ଯନ୍ତ୍ରଣା ଦେଇଯାଇଛି। ବିଶେଷ କରି ଏହି ସାମୁଦ୍ରିକ ଝାଡ଼ ଫନି ଝଡ଼ ଫନିର ପ୍ରଳୟଙ୍କରୀ ପବନର ଯାତନାରୁ ବାଦ ପଡିନାହାନ୍ତି ଯାଜପୁର ଜିଲ୍ଲାର ଆଖୁ ଚାଷୀ। ଯାଜପୁର ଜିଲ୍ଲାରେ ବାତ୍ୟା ପବନରେ ଶହଶହ ହେକ୍ଟର ଆଖୁ ଚାଷ ନଷ୍ଟ ହୋଇ ଯାଇଛି। ବିଲରେ ଯୁଆଡେ ଦେଖିବ ଆଖୁ ବିଲରେ ସୋଇ ରହିଛି ତ କଉଠି ଆଖୁ ପୁଆ ନଷ୍ଟ ହୋଇ ପଚି ଯାଇଛି। ଏତେ ପରିମାଣ ର ଆଖୁ ନଷ୍ଟ ହୋଇ ଥିବା ଦେଖି ଆଖୁଚାଷୀ ମୁଣ୍ଡରେ ହାତ ଦେଇ ବସିଛି ଆଉ ଅନେଇ ବସିଛି ସରକାରୀ ସହାୟତା କେବେ ମିଳିବ।
ଭିଓ-୧-ସମୁଦ୍ରିକ ଝଡ଼ ଫନିର ପ୍ରଭାବରେ ପ୍ରଭାହିତ ହୋଇଛି ଯାଜପୁର ଜିଲ୍ଲା। ବିଶେଷ କରି ଏହି ବାତ୍ୟା ଦ୍ବାରା ଆଖୁ ଚାଷୀ କୂଳ ହତାଶ ହୋଇଛନ୍ତି। ଜିଲ୍ଲାର ବଡ଼ଚଣା ବ୍ଲକ ଅଧୀନରେ ଥିବା ସାଉଡ଼ିଆ, ବରପଦ,ନିଆଳି,ବାଲିକୁଦା ଆଉ ରସୁଲପୁର ବ୍ଲକର କୃଷ୍ଟପଡା,ନରସିଂହପୁର,କୋରାସେ,ବେତଣ୍ଡା ଆଉ ବିଲିପଡା ଆଦି ଅଞ୍ଚଳରେ ଆଖୁଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ। ଚାଷୀମାନେ ଋଣ ଏବଂ ହତୁଧାରୀ କରି ଫସଲ କରିଥିଲେ । ଏଥିପାଇଁ ତାଙ୍କୁ ବହୁ ଶ୍ରମ କରିବାକୁ ପଡିଥିଲା। ତେବେ ବାତ୍ୟା ଫନି ତାଣ୍ଡବ ରଚିବା ଦ୍ବାରା ଚାଷୀ କୂଳର ମେରୁଦଣ୍ଡ ଦୋହଲିଯାଇଛି ଆଖି ସାମନାରେ ଉଜୁଡିଯାଇଛି ସବୁ ଫସଲ। ଏବେ ଆଖୁ କିଆରିରେ ନଷ୍ଟ ହୋଇଥିବା ଫସଲକୁ ଦେଖି ମୁଣ୍ଡରେ ହାତ ଦେବା ଛାଡ ଅନ୍ୟ କିଛି ଉପାୟ ନଥିବା ଚାଷୀମାନେ କହିଛନ୍ତି।
bite-ନିରଞ୍ଜନ ମହାନ୍ତି, ଆଖୁଚାଷୀ
bite-ଜାନକୀ ପଣ୍ଡା,ଆଖୁଚାଷୀ

Body:ଭିଓ-୨-ଅନ୍ୟପଟେ ବାତ୍ୟା ଯିବାର 6ଦିନ ବିତିଯାଇଥିଲେ ବି କୌଣସି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ସମସ୍ୟା ବୁଝିବାକୁ ଯାଇନଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ ।ତେବେ ତୁରନ୍ତ ସରକାର ଚାଷରେ ହୋଇଥିବା କ୍ଷତିର ଆକଳନ କରି ଚାଷୀମାନଙ୍କ ସହାୟତା ପ୍ରଦାନ କରିବାକୁ ଚାଷୀମାନେ ଦାବୀ କରିଛନ୍ତି। ସେପଟେ ବିଭାଗ ଅଧିକାରୀ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଛନ୍ତି।
bite-କୈଳାସ ମୁଣ୍ଡ, ଶ୍ରମିକ
ptc
ଫାଭିଓ-ସମୟ ଥାଉଥାଉ ଯଦି ସରକାର ଚାଷୀମାଙ୍କ ସମସ୍ୟା ଦୂର ନକରନ୍ତି ଆଖୁଚାଷୀଙ୍କର ବହୁତ କ୍ଷତି ବେବାର ସମ୍ଭାବନା ଅଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.