ETV Bharat / state

ରସୁଲପୁର ବ୍ରିଜ ଭୁଶୁଡିବା ଘଟଣା: ୩ ଜଣିଆ ଏକ୍ସପର୍ଟ ଟିମ୍‌ର ତଦନ୍ତ ଆରମ୍ଭ

ରସୁଲପୁର ବ୍ଲକ ନିକଟରେ ବ୍ରିଜ ଭୁଶୁଡିବା ଘଟଣା । ବ୍ରିଜ ଭୁଶୁଡିବାର ୫ଦିନ ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କଲେ ୩ଜଣିଆ ଏକ୍ସପର୍ଟ ଟିମ । ଅଧିକ ପଢ଼ନ୍ତୁ

author img

By

Published : Jul 23, 2023, 4:57 PM IST

expert team review
expert team review
ରସୁଲପୁର ବ୍ରିଜ ଭୁଶୁଡିବା ଘଟଣା

ଯାଜପୁର: ୧୬ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ନିକଟରେ ବ୍ରିଜ ଭୁଶୁଡିବା ଘଟଣା । ଏନେଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କଲେ ୩ ଜଣିଆ ଏକ୍ସପର୍ଟ ଟିମ l ବ୍ରିଜ ଭୁଶୁଡିବା ଘଟଣାକୁ ୫ଦିନ ବିତିଥିବା ବେଳେ ଆଜି ଘଟଣା ସ୍ଥଳକୁ ଯାଇ ବିଶେଷଜ୍ଞ ପ୍ରତିନିଧି ଦଳ ଏହାର କାରଣ ଖୋଜିଛନ୍ତି। ଦିଲ୍ଲୀ ଏବଂ କୋଲକତାରୁ ଏହି ପ୍ରତିନିଧି ଦଳ ଆସି ବ୍ରିଜ ଉପର ଭାଗ ଏବଂ ତଳ ଭାଗକୁ ଯାଇ ମାପଚୁପ କରିବା ସହ ବ୍ୟବହାର ହୋଇଥିବା ରଡ଼, ଅନ୍ୟାନ୍ୟ ସାମଗ୍ରୀର ଯାଞ୍ଚ କରିଛନ୍ତି। ସେହିପରି ପୋଲର ପିଲାର ଅଂଶକୁ ଦେଖିବା ସହ କେଉଁ କେଉଁ ସ୍ଥାନ ସବୁ ଫାଟିଛି ଓ ଭାଙ୍ଗିଛି ତାକୁ ଯାଞ୍ଚ କରିବା ସହ ଫଟୋ ଉଠାଇଥିଲେ ।

ଏହା ମଧ୍ୟ ପଢନ୍ତୁ- କାହିଁକି 15ବର୍ଷ ତିଷ୍ଠି ପାରିଲାନି ଜାତୀୟ ରାଜପଥ ବ୍ରିଜ୍ ? ଭୁବନେଶ୍ବରକୁ ଯାତାୟତରେ ଲାଗିଲା ବ୍ରେକ୍‌

ତେବେ ୨୦୦୮ ମସିହାରେ ନିର୍ମାଣ ହୋଇଥିବା ପୋଲ ମାତ୍ର ୧୫ବର୍ଷରେ କାହିଁକି ଦବିଗଲା ସେ ନେଇ ପ୍ରଶ୍ନ ଉଠିଛି । ଏହି ଟିମ୍‌ର ଗସ୍ତ ସମୟରେ ଜାତୀୟ ରାଜପଥ ପ୍ରାଧିକରଣ ଆଞ୍ଚଳିକ ଅଧିକାରୀ ବିରେନ୍ଦ୍ର ସିଂ, ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମାଙ୍କ ସହ ବହୁ ଅଧିକାରୀ ସାମିଲ ଥିଲେ । ଗତ ୧୮ତାରିଖ ଦିନ ସକାଳ ସମୟରେ ୧୬ନଂ ଜାତୀୟ ରାଜପଥର ରସୁଲପୁର ବ୍ଲକ ନିକଟରେ ଥିବା ବ୍ରିଜ୍‌ଟି ହଠାତ ଭୁଶୁଡ଼ି ପଡିଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟି ନଥିବା ବେଳେ ମାତ୍ର ୧୫ବର୍ଷର ବ୍ରିଜ ଦବିଯିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା, ନିମ୍ନମାନର କାର୍ଯ୍ୟ, ନିୟମିତ ଯାଞ୍ଚ କରାନଯିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଥିଲା । ତେଣୁ ଘଟଣାସ୍ଥଳରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଚ୍ଚପଦସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଆଜି ଏକ୍ସପର୍ଟ ଟିମ୍‌ ଏହାର ଯାଞ୍ଚ କରିବା ପରେ ରିପୋର୍ଟ ଦାଖଲ କରିବେ । ଆସନ୍ତା ସପ୍ତାହ ମଧ୍ୟରେ ବ୍ରିଜ୍‌ ଭାଙ୍ଗିବାର କାରଣ ଜଣାପଡ଼ିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ସେପଟେ ଗତକାଲି ସକାଳେ ବ୍ରିଜ ଭୁଶୁଡିବାକୁ ନେଇ ସାଂସଦ ଶର୍ମିଷ୍ଠା ସେଠୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲାରେ ଯାଇଥିବା ଜାତୀୟ ରାଜମାର୍ଗର ସ୍ଥିତି ସମ୍ବନ୍ଧରେ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଂସଦ ଶର୍ମିଷ୍ଠା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କୋରେଇ ବିଧାୟକ ଅଶୋକ କୁମାର ବଳ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ, କେନ୍ଦୁଝର ଜାତୀୟ ରାଜମାର୍ଗ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ହାମି, ଚଣ୍ଡିଖୋଲ ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା ପ୍ରମୁଖ ଯୋଗ ଦେଇ ସମୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.