ETV Bharat / state

'ବିକାଶ ଧାରାକୁ ଆଗେଇ ନେବା ମୋର ମୂଳ ଲକ୍ଷ୍ୟ' - BJD MLA candidate

ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଞ୍ଚଟି ପ୍ରଶ୍ନ ନେତାଙ୍କୁ ରେ ଏଥର ସାମିଲ ହୋଇଛନ୍ତି କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡ଼ି ରାଜ୍ୟ ସମ୍ପାଦକ ତଥା କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଶୋକ ବଳ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ରଖିଛନ୍ତି ତାଙ୍କର ଉତ୍ତର। ଆସନ୍ତ ଜାଣିବା କଣ କହୁଛନ୍ତି ସେ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Apr 24, 2019, 6:43 PM IST

ଯାଜପୁର: ରାଜ୍ୟରେ ଚାଳିଛି ବିଧାନସଭା ସହ ଲୋକସଭା ନିର୍ବାଚନ । ବର୍ତ୍ତମାନ ଯାଏ ସଂପନ୍ନ ହୋଇଛି ୩ଟି ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟରେ ଶେଷ ହେବ ରାଜ୍ୟରେ ନିର୍ବାଚନ । ଅନ୍ୟପକ୍ଷେ ୫ଟି ପ୍ରଶ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ଇଟିଭି ଭାରତ ଟିମ ନେତାଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟକୁ ନେଇ ପଚାରୁଛନ୍ତି ୫ଟି ପ୍ରଶ୍ନ । ଏହି କ୍ରମରେ ଆଜି(ବୁଧବାର) 5ଟି ପ୍ରଶ୍ନ କାର୍ଯ୍ୟକ୍ରମରେ କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ରାଜ୍ୟ ସମ୍ପାଦକ ତଥା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅଶୋକ ବଳଙ୍କୁ ପଚରା ଯାଇଛି ୫ଟି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ନବୀନ ସରକାରଙ୍କ ସୁଶାସନକୁ ନେଇ ବିଜେଡି ଜନସାଧାରଣ ସହ ଜଡିତ ରହିଥିବା ବେଳେ କୋରେଇର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହା ଛଡା କୋରେଇ ନିର୍ବାଚନ ମଣ୍ଡଳୀରେ ବହୁ ବିକାଶ ହୋଇଥିବା ବେଳେ ଏହି ବିକାଶ ଧାରାକୁ ଆଗେଇ ନେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ବଳ କହିଛନ୍ତି ।

ଏଥିସହିତ କୋରେଇ ହେଉଛି ଅଣକଂଗ୍ରେସର ଗଡ଼ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ପାଇଁ ଯେଉଁ ଇସ୍ତାହାର ଘୋଷଣା କରିଛନ୍ତି ତାହାକୁ କୋରେଇବାସୀଙ୍କ ପାଖରେ ପହଞ୍ଚାଇବୁ ବୋଲି କହିଛନ୍ତି ଅଶୋକ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.