ଯାଜପୁର: କଣ୍ଟେନମେଣ୍ଟ ଜୋନରେ ପହଞ୍ଚୁନି ଅତ୍ୟାବଶ୍ୟକୀୟ ସାମଗ୍ରୀ । ଏଭଳି ଏଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ । ଦଶରଥପୁର ବ୍ଲକ କମାରଡିହି ପଞ୍ଚାୟତର କେଳାଙ୍ଗ ଗାଁକୁ ଗତ ୩୦ ତାରିଖରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଲୋକେ ଜରୁରୀ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ।
ଏ ନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସେପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ସ୍ଥାନୀୟ ସରପଞ୍ଚ ଖଣ୍ଡନ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ