ETV Bharat / state

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ଧାରଣା

author img

By

Published : Apr 5, 2021, 5:40 PM IST

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଇଏନଟିୟୁସି ଏବଂ ସିଆଇଟିୟୁ ପକ୍ଷରୁ ନେସ୍କୋ ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ...

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ଧାରଣା
ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ଧାରଣା

ଯାଜପୁର: ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଇଏନଟିୟୁସି ଏବଂ ସିଆଇଟିୟୁ ପକ୍ଷରୁ ନେସ୍କୋ ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ । ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ଆଇଏନଟିୟୁସି ଓ ସିଆଇଟିୟୁ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି ନେଇ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ସେଠାରେ ଏକ ପ୍ରତିବାଦ ସଭା ଆଇଏନଟିୟୁସିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଘୁନାଥ ମାଝୀଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଆଇଏନଟିୟୁସିର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି, ସିଆଇଟିୟୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ରାଜ୍ୟ ସରକାର ଏକ ବର୍ଷରେ ଦୁଇ ଦୁଇ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା ଓ ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ୱାହି ଦେଇ ମଧ୍ୟବିତ୍ତ, ଗରିବ ତଥା କ୍ଷୁଦ୍ର ବ୍ୟବସାୟୀ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ଦୃଢ଼ ପ୍ରତିବାଦ କରିଥିଲେ ।

ଆମ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବଳକା ଥିବାବେଳେ ମହାମାରୀ କୋରୋନାରେ ଲୋକଙ୍କ ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇପଡିଛି । ଏଭଳି ସ୍ଥଳେ ରାଜ୍ୟ ଶକ୍ତି ମନ୍ତ୍ରୀ ପରିସ୍ଥିତିକୁ ବିଚାରକୁ ନନେଇ ଟାଟା ପାୱାର ସହିତ ହାତ ମିଳାଇ ବର୍ଷରେ ଦୁଇ ଦୁଇ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା ଅର୍ଥାତ ୟୁନିଟ ପିଛା 50 ପଇସା ବୃଦ୍ଧି କରି ୩ ଟଙ୍କାରେ ପହଞ୍ଚାଇବା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ ଅଟେ ବୋଲି କହିଛନ୍ତି । ଏକ ପ୍ରତିନିଧି ଦଳ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତୁରନ୍ତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବି ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.