ETV Bharat / state

ଯାଜପୁରରେ ନିର୍ବାଚନ ପ୍ରସ୍ତୁତି, ଇଲେକ୍ଟ୍ରୋନିକ ଭୋଟିଂ ବାବଦରେ ତାଲିମ ଆରମ୍ଭ

ପୁଲିଂ କର୍ମଚାରୀଙ୍କ ଇଲେକ୍ଟ୍ରୋନିକ ଭୋଟିଂ ବାବଦରେ ଦକ୍ଷତା ବୃଦ୍ଧି ନିମନ୍ତେ ଯାଜପୁର ଜିଲ୍ଲାର ୭ଟି  ବ୍ଲକରେ ଚାଲିଛି ତାଲିମ କାର୍ଯ୍ୟକ୍ରମ ।

author img

By

Published : Mar 25, 2019, 10:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଘୋଷଣ ହୋଇସାରିଛି ଆଗାମୀ ସାଧାରଣ ନିର୍ବାଚନ ତାରିଖ । ଏନେଇ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇସାରିଛି । ଦେଶରେ 7 ଟି ପର୍ଯ୍ୟାୟରେ ମତଦାନ କରିବାକୁ ସ୍ଥିର କରାଯାଇଥିବାବେଳେ ଓଡିଶାରେ 4ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ତେବେ ଏହାକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ଏହି କ୍ରମରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଜିଲ୍ଲାରେ ଏପ୍ରିଲ ୨୯ ତାରିଖରେ ହେବ ଭୋଟ ଗ୍ରହଣ । ମୋଟ ୧୪ ଲକ୍ଷ ୪୩ ହଜାର ୫୭୭ଜଣ ଭୋଟର ଏଥର ନିର୍ବାଚନରେ ସେମାନଙ୍କର ମତାଧିକାର ସାବସ୍ତ୍ୟ କରିବେ । ସେଥିପାଇଁ ୧୬୧୯ ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୨୬୪ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏଥିରେ ସର୍ବମୋଟ ୧୧ ହଜାର ୬୫୭ ଜଣ କର୍ମଚାରୀ ନିୟୋଜିତ ହେବେ । ପୁଲିଂ କର୍ମଚାରୀଙ୍କ ଇଲେକ୍ଟ୍ରୋନିକ ଭୋଟିଂ ବାବଦରେ ଦକ୍ଷତା ବୃଦ୍ଧି ନିମନ୍ତେ ଯାଜପୁର ଜିଲ୍ଲାର ୭ଟି ବ୍ଳକରେ ଚାଲିଛି ତାଲିମ କାର୍ଯ୍ୟକ୍ରମ ।

ଏହି ତାଲିମରେ ପୁଲିଂ କର୍ମଚାରୀଙ୍କୁ ଇଭିଏମ ଓ ଭିଭିପାଟ ପରିଚାଳନା ସମ୍ପର୍କିତ ସମସ୍ତ ଦିଗ ଉପରେ ଅବଗତ କରାଯାଉଛି । ଏହା ବ୍ୟତୀତ ନିର୍ବାଚନ ପରିଚାଳନାର ସମସ୍ତ ପ୍ରକ୍ରିୟା ବିଷୟରେ ସେମାନଙ୍କୁ ତାଲିମ ଦିଆଯାଉଛି । ଗତ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ ୨୭ ତାରିଖ ଯାଏଁ ଚାଲିବ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ବିଭିନ୍ନ ବ୍ଲକକୁ ଗସ୍ତ କରି ଏହି ତାଲିମ କାର୍ଯ୍ୟର ତଦାରଖ କରୁଥିବା ଜଣାପଡିଛି ।

ସୂଚନା ଥାଉକି, ଜିଲ୍ଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ଆସନ୍ତା ଏପ୍ରିଲ ୨ ତାରିଖରେ ପ୍ରକାଶ ପାଇବ ନାମାଙ୍କନ ପତ୍ର ଦାଖଲର ବିଜ୍ଞପ୍ତି । ସେହିଭଳି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ଏପ୍ରିଲ ୯ ତାରିଖ । ଏପ୍ରିଲ ୧୨ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.