ETV Bharat / state

୩୫ ଲକ୍ଷ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା - SUBHADRA YOJANA

ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟ ଗଲା ଟଙ୍କା ।

Subhadra Yojana
Subhadra Yojana (ETV Bharat Odisha)
author img

By ETV Bharat Odisha Team

Published : Oct 9, 2024, 9:40 PM IST

Updated : Oct 9, 2024, 10:02 PM IST

ରାଇରଙ୍ଗପୁର: ମହିଳାଙ୍କ ଆକାଉଣ୍ଟକୁ ଆଜି ଆସିଲା ସୁଭଦ୍ରା ଟଙ୍କା । ୩୫ ଲକ୍ଷ ମହିଳାଙ୍କୁ ମିଳିଛି ସୁଭଦ୍ରା ଯୋଜନା ଟଙ୍କା । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟୟ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ୧୭୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ ।

୩୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା:

CM Mohan Charan Majhi (ETV Bharat Odisha)

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ନୂଆ ସରକାର ଆସିବା ପରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟୟରେ ୨୫ଲକ୍ଷରୁ ଅଧିକ ମହିଳାଙ୍କୁ ଅର୍ଥରାଶି ପ୍ରଦାନ କରାଯାିଥିଲା । ଆଜି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଡିବିଟି ମାଧ୍ୟମରେ ସୁଭଦ୍ରା ଯୋଜନାର ଅର୍ଥ ପ୍ରଦାନ କରାଯାଇଛି । ୨ଟି ପର୍ଯ୍ୟୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କା ଆର୍ଥିକ ସହୟତା ପ୍ରଦାନ କରାଯାଇଛି ।"

ଗଠନ ହେବ ଉତ୍ତର ଓଡ଼ିଶା ବିକାଶ ପରିଷଦ:

CM Mohan Charan Majhi

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାର ମହିଳାମାନଙ୍କୁ କିପରି ସାମଗ୍ରିକ ଭାବରେ ସଶକ୍ତ କରାଯାଇ ପାରିବ, ଏହାସହ ମୟୂରଭଞ୍ଜର ବିକାଶ ଯେପରି ଭାବରେ ଆଗକୁ ଯିବା କଥା ସେପରି ହୋଇପାରିନାହିଁ । ବର୍ତ୍ତମାନ ନୂଆ ସରକାର ଆସିବା ପରେ ମୟୂରଭଞ୍ଜକୁ ସ୍ବତନ୍ତ୍ରତା ଦିଆଯାଉଛି । ଏଥିପାଇଁ ଏକ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଏହି ଜିଲ୍ଲାରେ ଜଳସେଚନର କିପରି ସୁବିଧା ହେବ । ଲେକମାନଙ୍କର ଆର୍ଥିକି ସ୍ଥିତି ସୁଦୃଢ଼ ହେବ, ଏସବୁକୁ ଆଧାର କରି ସ୍ବତନ୍ତ୍ରତା ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା, ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଟ୍ରାନ୍ସଫର

ଏହା ମଧ୍ୟ ପଢ଼ନ୍ତୁ...ସୁଭଦ୍ରା ଯୋଜନା ବଡ଼ ଅପଡେଟ: ଯାଇନି 1 ଟଙ୍କା, ୯ରେ ୪୦ ଲକ୍ଷ ମହିଳାଙ୍କୁ ପୂରା କିସ୍ତି, କୋଟିଏ ଟପିଲା ପଞ୍ଜିକରଣ

ଏହା ମଧ୍ୟ ପଢ଼ନ୍ତୁ...ଅକ୍ଟୋବର 9ରେ 40 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ମହିଳାଙ୍କୁ ମୋହନ ମାଝୀ ସରକାରଙ୍କ ଦଶହରା ଭେଟି - SUBHADRA YOJANA INSTALLMENT

ସୁଭଦ୍ରା ଯୋଜନା ଆବେଦନ କରିଥିବା ପ୍ରଥମ ମହିଳାଙ୍କୁ ସମ୍ମାନୀତ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜ ଦିନିକିଆ ଗସ୍ତରେ ଆସି ସକାଳ ୧୧.୨୦ ସମୟରେ ବାରିପଦା ସ୍ଥିତ ପୋଲିସ୍ ଲାଇନ୍ ପଡିଆ ସ୍ଥିତ ହେଲିପ୍ୟାଡ ଠାରେ ପହଞ୍ଚିବା ପରେ ବାରିପଦା ମ୍ୟୁନିସିପାଲଟି ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ବାରିପଦା ସ୍ଥିତ ଐତିହାସିକ ଛଉ ପଡିଆ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସଭା କାର୍ଯ୍ୟରେ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଉକ୍ତ ସଭାରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଆବେଦନ କରିଥିବା ପ୍ରଥମ ମହିଳା ସମେତ ବହୁ ମହିଳାଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜିର ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Oct 9, 2024, 10:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.