ETV Bharat / state

ମହାସପ୍ତମୀରୁ ବ୍ୟାସନଗର ମଣ୍ଡପରେ ପୂଜା ପାଇବେ ମା’ - ମହାସପ୍ତମୀ

ଯାଜପୁରରେ ଶନିବାର ଠାରୁ ମା’ଙ୍କ ମଣ୍ଡପରେ ଆରମ୍ଭ ହେବ ସପ୍ତମୀ ପୂଜା । ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରିଛନ୍ତି । ଅଧିକ ପଢ଼ନ୍ତୁ...

ମହାସପ୍ତମୀରୁ ବ୍ୟାସନଗର ମଣ୍ଡପରେ ପୂଜା ପାଇବେ ମା’
author img

By

Published : Oct 4, 2019, 11:34 PM IST

ଯାଜପୁର: ଆସିଛି ପାର୍ବଣ ଋତୁ। ମହିଷା ମର୍ଦ୍ଦିନୀ ରୂପେ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଦୁର୍ଗତିନାଶିନୀ । ଜଗତ ଜନନୀ ମା ଦୁର୍ଗାଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ବ୍ୟାସନଗର ଅଞ୍ଚଳ। ମା’ଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଶ୍ରଦ୍ଧାଳୁ ଓ ଭକ୍ତ । ଦୀର୍ଘ ଦିନ ଧରି ତୋରଣ ପ୍ରସ୍ତୁତି ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରିରେ ନିମଗ୍ନ ହୋଇଥିଲେ ଶିଳ୍ପୀ । ସମସ୍ତ ସ୍ଥାନରେ ମହାଷଷ୍ଠୀ ପୂଜା ହୋଇଥିବା ବେଳେ ଯାଜପୁରରେ ଶନିବାର ଠାରୁ ମା’ଙ୍କ ମଣ୍ଡପରେ ଆରମ୍ଭ ହେବ ସପ୍ତମୀ ପୂଜା ।

ମହାସପ୍ତମୀରୁ ବ୍ୟାସନଗର ମଣ୍ଡପରେ ପୂଜା ପାଇବେ ମା’

ଚଳିତ ବର୍ଷ ବ୍ୟାସନଗରର ରାଇସମିଲ୍, ଗୋପବନ୍ଧୁଛକ, ଚୋରଦା, ନହକା, ମୁଣ୍ଡମାଳ ଆଦି 10ଟି ସ୍ଥାନରେ ମଣ୍ଡପରେ ପୂଜା ପାଇବେ ଦୁର୍ଗା ମା । ସେହିପରି ସ୍ଥାନୀୟ ଫେରୋକ୍ରୋମ୍ ଓ କହ୍ନେଇପୁର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ପୂଜା ଉତ୍ସବର ଆୟୋଜନ କରାଯାଇଛି । ପ୍ରାୟ ସବୁଠି ବଡ ଧୁମଧାମରେ ଚାଲିଛି ପ୍ରସ୍ତୁତି । ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଜାରିରଖିଛି ।

ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରିଛନ୍ତି । ଏଥିସହ ପୂଜାରେ ପଲିଥିନ ବ୍ୟବହାର ନ କରିବା ଓ ଗାଡି ଚଳାଇଲା ବେଳେ ସମସ୍ତ ନିୟମ ପାଳିବାକୁ କେତେକ ପୂଜା କମିଟି ଆହ୍ବାନ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-durga_puja_prastuti
format-pkg(spl)
reporter- Gyanaranjan ojha
place-jajpur
date-04.10.19
Anchor---ଆଉ ମାତ୍ର ଦିନକ ପରେ ପାଳିତ ହେବ ଚଳିତ ବର୍ଷର ସାର୍ବଜନୀନ ଦୁର୍ଗୋତ୍ସବ । ଜଗତ୍ ଜନନୀ-ଶକ୍ତି ସ୍ବରୂପିଣୀ-ଦୁର୍ଗତୀ ନାଶିନୀ ମା ଦୁର୍ଗାଙ୍କର ଆବିର୍ଭାବ ହେବ । ପାର୍ଥିବ ଜଗତରୁ ପାପ ନାଶନ ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ମା । ଶାରଦୀୟ ଦୁର୍ଗା ପୂଜା ଏବଂ ମାଙ୍କ ଆବାହନ ପାଇଁ ଯାଜପୁର ବ୍ୟାସନଗର ସହର ହୋଇଉଠିଛି ଚଳଚଞ୍ଚଳ । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ପ୍ରସ୍ତୁତି। ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାରିଗରଙ୍କ ଦ୍ବାରା ମୂର୍ତ୍ତି କାମ ମଧ୍ୟ ଶେଷ ହେବାକୁ ବସିଛି । ସେପଟେ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପୋଲିସ୍ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା ।

Body:
vo-01--ଆସିଛି ଦୁର୍ଗାପୂଜା । ମହିଷା ମର୍ଦ୍ଦିନୀ ରୂପେ ପୂଜା ପାଇବେ ମା ଦୁର୍ଗା । ଜଗତ ଜନନୀ ମା ଦୁର୍ଗାଙ୍କ ଆବାହନୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ବ୍ୟାସନଗର ସହରାଞ୍ଚଳ। ସେଥିଲାଗି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି । କେଉଁଠି ସୁଦୃଶ୍ୟ ତୋରଣ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର ତ ଆଉ କେଉଁଠି ମୃଣ୍ମୟୀ ମୂର୍ତ୍ତି ତିଆରିରେ ନିମଗ୍ନ ହୋଇଛନ୍ତି ମୂର୍ତ୍ତି କାରିଗର । ମୂର୍ତ୍ତି ଦୋ ମାଟିଆ ପରେ ଖଡିଲାଗି କରି ରଙ୍ଗ ଚଢାଇଛନ୍ତି କାରିଗର । ଏବେ ମୂର୍ତ୍ତୀ ତିଆରି ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ବସିଛି । ବାରୁଆଳି ସହିତ ମା ଦୁର୍ଗାଙ୍କର ସାଥି ସହୋଦର ଭାବେ ଗଣେଷ, କାର୍ତ୍ତିକେୟ, ଲକ୍ଷ୍ମୀ, ସରସ୍ବତୀ ଆଦି ଦେବାଦେବୀ ଗଣ ସ୍ଥାନ ପାଇଛନ୍ତି ପୂଜା ମଣ୍ଡପରେ । ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା ସହିତ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ପୂଜା କମିଟି ।
bite-01--ମନୀନ୍ଦ୍ର କୁମାର ଧଳ, ମୁଣ୍ଡମାଳ ପୂଜା କମିଟି
bite-02--ଅଚ୍ୟୁତ ସାମନ୍ତରାୟ, ମୂର୍ତ୍ତିକାର
vo-02--ସହରରେ ପାଳିତ ହେବ ଦୁର୍ଗାପୂଜାର ଗଣପର୍ବ । ଚଳିତ ବର୍ଷ ବ୍ୟାସନଗରର ରାଇସମିଲ୍, ଗୋପବନ୍ଧୁଛକ, ଚୋରଦା, ନହକା, ମୁଣ୍ଡମାଳ ଆଦି 10ଟି ସ୍ଥାନରେ ମଣ୍ଡପରେ ପୂଜା ପାଇବେ ଦୁର୍ଗା ମା । ସେହିପରି ସ୍ଥାନୀୟ ଫେରୋକ୍ରୋମ୍ ଓ କହ୍ନେଇପୁର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ପୂଜା ଉତ୍ସବର ଆୟୋଜନ କରାଯାଇଛି । ପ୍ରାୟ ସବୁଠି ବଡ ଧୁମଧାମରେ ଚାଲିଛି ପ୍ରସ୍ତୁତି । ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମଣ୍ଡପରେ ଚାଲିଛି ମାଙ୍କ ପୂଜାର ଆୟୋଜନ । ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଜାରିରଖିଛି । ବୈଠକ ଜରିଆରେ ସମସ୍ତ ପୂଜା କମିଟି ସହ ବାରମ୍ବାର ଆଲୋଚନା ମଧ୍ୟ କରାଯାଇଛି ।
bite-03--ଆଶିଷ କୁମାର ରାୟ, ବରିଷ୍ଠ ନାଗରିକ, ବ୍ୟାସନଗର
bite-04--ଚରଣ ସିଂ ମୀନା, ଏସପି, ଯାଜପୁର

Conclusion:
fvo--ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ଏଥିସହ ପୂଜାରେ ପଲିଥିନ ବ୍ୟବହାର ନ କରିବା ଓ ଗାଡି ଚଳାଇଲା ବେଳେ ସମସ୍ତ ନିୟମ ପାଳିବାକୁ କେତେକ ପୂଜା କମିଟି ଆହ୍ବାନ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.