ETV Bharat / state

ବସ୍ତିବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ, ରାସନ ବଣ୍ଟନ - ବ୍ୟାସ ସରୋବର ବସ୍ତି ଯାଜପୁର

ଯାଜପୁର ବ୍ୟାସ ସରୋବର ବସ୍ତିରେ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଣ୍ଟନ । ମହିଳା ସମାଜସେବୀ ମିଶନ ବସ୍ତିବାସିନ୍ଦାଙ୍କୁ ଖାଦ୍ୟ ବାଣ୍ଟିଥିବା ସୂଚନା । ଅଧିକ ପଢନ୍ତୁ...

ବସ୍ତି ବାସୀନ୍ଦାଙ୍କୁ ଶୁଖିଲା ଖାଦ୍ୟ, ରାସନ ବଣ୍ଟନ

author img

By

Published : Jun 10, 2021, 11:12 AM IST

ଯାଜପୁର: ବ୍ୟାସନଗରସ୍ଥିତ ବ୍ୟାସ ସରୋବର ବସ୍ତିରେ ଜିଲ୍ଲା ମହିଳା ସମାଜସେବୀଙ୍କ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ । ମହିଳା ସମାଜସେବୀ ମିଶନର ସଭାପତି ରଞ୍ଜିତା ସାମଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଉଇଁଗ୍ସ ମହିଳା ସଙ୍ଗଠନର ସଭାପତି ଉର୍ମିଲା ଦେଓ, ଉପସଭାପତି ପପୁନ ମଲ୍ଲିକ, ସମ୍ପାଦକ ରଜନିରାଣୀ ସେଠୀ ଓ ସାଧାରଣ ସମ୍ପାଦକ ଚିନ୍ମୟୀ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ବସ୍ତି ବାସୀନ୍ଦାଙ୍କୁ ଶୁଖିଲା ଖାଦ୍ୟ, ରାସନ ବଣ୍ଟନ

ଜିଲ୍ଲାରେ ଲକଡାଉନ ଓ ସଟଡାଉନ କାରଣରୁ ଘରେ ବେରୋଜଗାର ହୋଇ ପଡିରହିଛନ୍ତି ଲୋକେ । ଯାହାଫଳରେ ଅନେକ ଲୋକ ଖାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଦେଖି ସମାଜସେବୀମାନେ ଶୁଖିଲା ଖାଦ୍ୟ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ । ସମସ୍ତ ମହିଳା ସମାଜସେବୀମାନେ ବ୍ୟାସନଗରସ୍ଥିତ ବ୍ୟାସ ସରୋବର ବସ୍ତିରେ ପହଞ୍ଚି ଏଠାରେ ଥିବା ଏକ ଶହରୁ ଊର୍ଦ୍ଧ୍ବ ଅସହାୟ ପରିବାରକୁ ବିସ୍କୁଟ, ମୁଢ଼ି, କଦଳୀ ଓ ବିଭିନ୍ନ ରାସନ ସାମଗ୍ରୀ ବାଣ୍ଟିଥିଲେ । ଏଥିସହିତ ଆଗାମୀ ଦିନରେ ବ୍ୟାସନଗର ପୌରପରିଷଦର ଅନେକ ସାହି ବସ୍ତିରେ ଅସହାୟଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ମହିଳା ସମାଜସେବୀମାନେ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.