ଯାଜପୁର: ଯାଜପୁରରେ କୁକୁର ଆତଙ୍କ । ଯାଜପୁରର କୋରାଇ ବ୍ଲକ୍ ଗୋହିରାଗାଡିଆ, ପାଟରଙ୍ଗା ଓ ମଲାରିଆ ଅଞ୍ଚଳରେ ପାଗଳା କୁକୁରର ଆତଙ୍କ ।
ଗତ ଦୁଇଦିନ ହେବ ଆଖପାଖ ଅଞ୍ଚଳର 4-5ଟି ଗାଁରେ ଗୋଟିଏ ପାଗଳା କୁକୁରଟି ଆତଙ୍କ ଖେଳାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ଏହି କୁକୁରଟି 50ରୁ ଉର୍ଦ୍ଧ୍ବ ଲୋକଙ୍କୁ କାମୁଡି ଥିବାବେଳେ 10ରୁ ଉର୍ଦ୍ଧ ଲୋକ କୁକୁର କାମୁଡାରେ ଗୁରୁତର ହୋଇପଡିଛନ୍ତି । ଆହତ ମାନେ ଯାଜପୁର ରୋଡ, ପଛିକୋଟ ଓ କୋରାଇ ଆଦି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
କୁକୁରଟି ହଠାତ୍ ଗାଁ ଭିତରକୁ ପଶିଯାଇ ସମସ୍ତଙ୍କୁ କାମୁଡି ଦେଉଛି । ଫଳରେ ଗାଁ ଗୁଡିକରେ ତାଟି କବାଟ ପଡିଯାଇଛି । ଲୋକେ କୁକୁର ଆତଙ୍କରେ ଭୟଭିତ ହୋଇପଡିଛନ୍ତି । ଲୋକମାନେ ଏହି ପାଗଳା କୁକୁରଠୁ ତ୍ରାହି ପାଇବା ପାଇଁ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ