ETV Bharat / state

ବେଆଇନ ନିର୍ମାଣ ଅଭିଯୋଗରେ କ୍ରସରକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

author img

By

Published : Oct 5, 2021, 5:54 PM IST

ବେଆଇନ ଭାବେ ନିର୍ମାଣ ହୋଇଥିବା କ୍ରସର ଉପରେ ଚଢାଉ । ତେବେ ଠିକାସଂସ୍ଥା ଦ୍ଵାରା ନିର୍ମିତ ବେଆଇନ କ୍ରସରକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ବେଆଇନ ନିର୍ମାଣ ଅଭିଯୋଗରେ କ୍ରସରକୁ ସିଲ୍ କଲା ଜିଲ୍ଲା ପ୍ରଶାସନ
ବେଆଇନ ନିର୍ମାଣ ଅଭିଯୋଗରେ କ୍ରସରକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ଯାଜପୁର: ବେଆଇନ କ୍ରସର ନିର୍ମାଣ ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରସରକୁ ସିଲ୍ କରାଯାଇଛି । ସୂଚନାନୁସାରେ ରେଙ୍ଗାଲି ବାମ ଶାଖା କେନାଲ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥା ଦ୍ଵାରା ନିର୍ମିତ ବେଆଇନ କ୍ରସର ଉପରେ ପ୍ରଶାସନ ପକ୍ଷରୁ ଚଢଉ କରାଯାଇଛି । ତେବେ ଏହି ଖନନ ଓ ଶଯ୍ୟା ନିର୍ମାଣ କାର୍ଯ୍ୟ ଡି.ଡି ବିଲଡର୍ସ ନାମକ ଠିକାସଂସ୍ଥା ହାତେଇଥିବାବେଳେ ଦାନଗଦି ବ୍ଲକ ଅନ୍ତର୍ଗତ ଜଅଁର ମୌଜାରେ ଏକ ଷ୍ଟ୍ରୋନ କ୍ରସର ନିର୍ମାଣ କରିଛି । ଯାହାକି ବେଆଇନ ବୋଲି ଅଭିଯୋଗ ପରେ ଦାନଗଦି ତହସିଲ ପକ୍ଷରୁ ଠିକା ସଂସ୍ଥାକୁ କାହିଁକି କ୍ରସର ବନ୍ଦ କରାଯାଇନାହିଁ ବୋଲି କାରଣ ଦର୍ଶାଇବାକୁ ନୋଟିସ ଜାରି କରାଯାଇଥିଲା ।

ସେପଟେ ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକା ସଂସ୍ଥା ଉପଯୁକ୍ତ ଦସ୍ତାବିଜ ଦାଖଲ କରିପାରି ନଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଲୋଜର ନୋଟିସ ଜାରି କରାଯାଇଥିଲା । ଏନେଇ ଦାନଗଦି ତହସିଲଦାର ନମ୍ରତା ମୋଦି, ପରିବେଶ ଯନ୍ତ୍ରୀ ମଦନ ମୋହନ ସାହୁ, ଭୂ-ତତ୍ତ୍ବ ବିଜ୍ଞାନୀ ସନ୍ତୋଷୀ ସେଠୀ, ଟମକା ବନପାଳ ଚିତ୍ତରଞ୍ଜନ ବିଶ୍ବାଳ, ଟମକା ଥାନାଧିକାରୀ ଓ ଖଣି ବିଭାଗ ଅଧିକାରୀ ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରି କ୍ରସରକୁ ସିଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା ।

ତେବେ ଆଜି (ମଙ୍ଗଳବାର) ଏହି ଘଟଣାରେ ତହସିଲ, ଖଣି ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ଭୂତତ୍ତ୍ବ ବିଭାଗ ଟମକା ବନପାଳ, ଟମକା ଥାନା ଏସଆଇ ଚୁନୁରାମ ହାଁସଦା ଓ ଖଣି ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତରେ କ୍ରସରକୁ ସିଲ୍ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.