ଯାଜପୁର: ପାଣିକୋଇଲିସ୍ଥିତ କଲେଜ ବସ୍ତି ନିକଟରେ ଉଡ୍ର ଓ ଆମେ ବିପଦର ସାଥି ସଂଗଠନ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ । ତେବେ ଆଜି(ସୋମବାର) ମୋ କଲେଜର ଅଧ୍ୟକ୍ଷ ଯଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ପାଣିକୋଇଲିସ୍ଥିତ କଲେଜ ନିକଟରେ ଥିବା ବସ୍ତି ଅଞ୍ଚଳରେ ପହଞ୍ଚିଥିଲେ । ସେଠାରେ ଆମେ ବିପଦର ସାଥି ସଂଗଠନର ସଭାପତି ଅଶୋକ କୁମାର ବେହେରାଙ୍କ ସହ ମୋ କଲେଜ ଅଧ୍ୟକ୍ଷ ମିଶି ବିଭିନ୍ନ ଗରିବ ଅସହାୟ ପ୍ରାୟ ଶହେ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ ।
ଏଥିସହିତ ଶ୍ରୀ ଦାସନାୟକ ଏବେ ନିଜର ପୂର୍ବ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଫୋନ ଯୋଗେ କୋରୋନା ସଚେତନତାର ବାର୍ତ୍ତା ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏନେଇ ଶ୍ରୀ ନାୟକଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ