ETV Bharat / state

ବିଜେଡି ଗଡ ବରୀରେ ବିଜେପି ବଡବଡିଆ: କାଲି ରାଜନାଥ, ଆଜି ଧର୍ମେନ୍ଦ୍ର - bari

ପ୍ରଚାର ପାଇଁ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀ ଆସିଥିବା ବେଳେ ଆଜି(ଶୁକ୍ରବାର) ଆସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର
author img

By

Published : Apr 26, 2019, 9:12 PM IST

ଯାଜପୁର: ବିଜେପି ନଜରରେ ବରୀ । 3ଟି ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀକୁ ତୁହାକୁ ତୁହା ଛୁଟୁଛି କେନ୍ଦ୍ରମନ୍ତ୍ରୀଙ୍କ ସୁଅ । ପ୍ରଚାର ପାଇଁ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏଠାକୁ ଆସିଥିବା ବେଳେ ଆଜି(ଶୁକ୍ରବାର) ଆସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ମୋଦି ସରକାର ମାତ୍ର 5 ବର୍ଷରେ ଜନତାଙ୍କ ବିଶ୍ବାସ ଭାଜନ ହୋଇପାରିଛନ୍ତି । ହେଲେ ବିଜେଡି ରାଜ୍ୟରେ 19 ବର୍ଷ ଶାସନ କରିବା ପରେ ବି ଲୋକଙ୍କ ସାଧାରଣ ସମସ୍ୟା ଦୂର କରିପାରୁ ନାହାଁନ୍ତି । ଏଣୁ ମୋଦିଙ୍କୁ କେବଳ 5 ବର୍ଷ ସୁଯୋଗ ଦିଆଯାଉ, ଯାହା ବିଜେଡି କରିନି ତାହା ବିଜେପି କରି ଦେଖାଇବ । ଏନେଇ ବ୍ରହ୍ମବରଦାରେ ଆୟୋଜିତ ବିଜୟ ସଂଙ୍କଳ୍ପ ସଭାରେ ଯୋଗ ଦେଇ ଧର୍ମେନ୍ଦ୍ର ଦୃଢ ସ୍ବରରେ ଆହ୍ବାନ ଦେଇଛନ୍ତି ।

ଏଠାରେ ସେ ବରୀ ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ଓ ଯାଜପୁର ଲୋକସଭା ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକଙ୍କ ପାଇଁ ଭୋଟ ମାଗିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.