ETV Bharat / state

'ବଟନ ସେଇଠି, ସମସ୍ୟାର ସମାଧାନ ଯେଉଁଠି'

author img

By

Published : Mar 30, 2019, 3:36 PM IST

Updated : Mar 30, 2019, 4:46 PM IST

ଅଣକଂଗ୍ରେସ ଗଡ଼ ଭାବେ ପରିଚିତ ଧର୍ମଶାଳାରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ ବୋଲି କୁହାଯାଉଛି। କିଏ ଏଠାରୁ ବାଜି ମାରିବ ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ।

ଡିଜାଇନ ଫଟୋ

ଯାଜପୁର: 2019 ନିର୍ବାଚନ ବିଗୁଲ ବାଜିବା ପରେ ସକ୍ରିୟ ହୋଇଉଠିଛି ରାଜ୍ୟ । ଖରା ଠୁ ବଳିଯାଇଛି ନିର୍ବାଚନୀ ତାତି । ଯାହାର ପ୍ରଭାବ ବର୍ତ୍ତମାନ ଠାରୁ ସମଗ୍ର ରାଜ୍ୟର କୋଣ ଅନୁକୋଣରେ ଅନୁଭୂତ ହେଲାଣୀ । ଛକ ବଜାର ଠାରୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ ସବୁଠି ଚାଲିଛି ନିର୍ବାଚନୀ ଚର୍ଚ୍ଚା । ଏଥରର କିଏ କେଉଁଠାରୁ ବାଜିମାତ କରିବା ତାକୁ ନେଇ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାହାର ଝଲକ ଦେଖିବାକୁ ମିଳିଛି ଖଣିଖାଦାନ ଭରା ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ । ଧର୍ମଶାଳା ବ୍ଲକର 44 ଏବଂ ରସୁଲପୁର ବ୍ଲକର 9ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । ଅଣସଂରକ୍ଷିତ ରହିଛି ଧର୍ମଶାଳା ବିଧାନସଭା ଆସନ । ଚଳିତ ଥର ମୋଟ 1 ଲକ୍ଷ 82 ହଜାର 275 ଜଣ ମତଦାତା ଏଥର ମତଦାନ କରିବେ ।

କଳା, ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟରେ ଭରପୂର ରହିଛି ଧର୍ମଶାଳା । ମୁଖ୍ୟତଃ ଏହି ନିର୍ବାଚନ ମଣ୍ଡଳୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି ଆଉ ପର୍ଯ୍ୟଟନ ଆଦି କ୍ଷେତ୍ରରେ ବେଶ ଆଗୁଆ ରହିଛି। ଖଣିଖାଦାନ ଭରା ଜିଲ୍ଲାରେ ରହିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏବେବି ପଛୁଆ ରହିଛି ଧର୍ମଶାଳା । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟରେ କାୟାମା ଲାଙ୍ଗୁଡି ଆଦି ବୌଦ୍ଧସ୍ଥଳୀର ବିକାଶ ପାଇଁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହଁ।

ଅନ୍ୟପକ୍ଷରେ ଧର୍ମଶାଳାରେ ପାକୃତିକ ସମ୍ପଦର ବ୍ୟାପକ ଭାବେ ହରିଲୁଟ ଚାଲିଛି। ନିର୍ଵାଚନୀ ମଣ୍ଡଳୀ ଅଧିନସ୍ଥ ରସୁଲପୁର ବ୍ଲକ ଚାଷୀ, କୃଷିକ୍ଷେତ୍ରରେ ରାଜ୍ୟରେ ସୁନାମ ଆଣିଥିବା ବେଳେ ଅଦ୍ୟାବଧି ଏଠାରେ ଶୀତଳ ଭଣ୍ଡାର ଟିଏ ପ୍ରତିଷ୍ଠା ହୋଇପାରି ନାହିଁ । ସେପଟେ ରାଜ୍ୟରେ ପରିବା ହବ କୁହାଯାଉଥିବା ବାରବାଟୀ ପରିବା ବଜାର ଏବେ ବି ସମସ୍ୟା ଘେରରେ ରହିଛି ।

ଚାଷୀଙ୍କ ପାଇଁ ବିକ୍ରୟ ସୁବିଧା କେନ୍ଦ୍ର ନଥିବାରୁ ଦୈନନ୍ଦିନ ବ୍ୟବହୃତ ହେଉଥିବା ଜାତୀୟ ରାଜପଥରେ ଚାଲିଛି ପରିବା ବଜାର । ଏହି ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର କୁହାଯାଉଥିବା ଜାରକା ବଜାର ଅବସ୍ଥା ସଙ୍ଗିନୀ । ଦୈନିକ ହଜାର ହଜାର ଲୋକ ଏଠାକୁ ଆସୁଥିବା ବେଳେ ରହିଥିବା ଗଳିପୋଲରେ ଟ୍ରାଫିକ ସମସ୍ୟା ବଢ଼ି ବଢ଼ି ଚାଲିଛି । ଦୀର୍ଘ ବର୍ଷ ହେବ ଏଠାରେ ଏକ ଫ୍ଲାଏଓଭର ବ୍ରିଜ ନିର୍ମାଣ କରାଯିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ । ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ଡଙ୍କାରୀ ପାହାଡ ଲୁଟ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି ।

ଧର୍ମଶାଳାର ରାଜନୈତିକ ଚିତ୍ର

ବିଗତ 2 ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏକ ଅଣକଂଗ୍ରେସ ଗଡ଼ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀ । ଗତ 2014 ମସିହା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ 85 ହଜାରରୁ ଊର୍ଦ୍ଧ୍ୱ ଭୋଟରେ କଂଗ୍ରେସର ଶ୍ରୀନାଥ ମିଶ୍ରଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ର 23, 455 ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା 19ହଜାର 940 ଭୋଟ ପାଇଥିଲେ । 1995 ମସିହାରୁ ଧର୍ମଶାଳା ବିଧାନସଭା ଆସନରୁ ଲଗାତାର 4ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସ୍ଵର୍ଗତ କଳ୍ପତରୁ ଦାସ । ବିଧାୟକ ହେବା ପରେ ରାଜ୍ୟ ମନ୍ତୀମଣ୍ଡଳରେ ସ୍ଥାନ ପାଇବା ସହ ଦଳୀୟ ଟିକେଟରେ ରାଜ୍ୟସଭାରେ ପ୍ରତିନିଧିତ୍ବ କରିଥିଲେ ।

ଏଥର ଲଢେଇ ବେଶ ଜୋରଦାର ହେବା ସହ ଧର୍ମଶାଳାରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ କୁହାଯାଉଛି । ସ୍ଥାନୀୟ ସମସ୍ୟାର ସମାଧାନ ଯିଏ କରିବ ତାକୁ ଭୋଟ ମିଳିବ ବୋଲି ରୋକଠୋକ ଜଣାଇ ଦେଇଛନ୍ତି ଧର୍ମଶାଳା ଭୋଟର ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଈଟିଭି ଭାରତ

Intro:କଳା, ସହିତୀୟ, ସଂସ୍କୃତି, ଓ ଐତିହ୍ୟ ରେ ଭରପୁର ହେଉଛି ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ। ମୁଖ୍ୟତଃ ଏହି ନିର୍ବାଚନ ମଣ୍ଡଳୀ ଧର୍ମଶାଳା ଓ ରସୁଲପୁର ବ୍ଲକକୁ ନେଇ ଗଠିତ।ଧର୍ମଶାଳା ବ୍ଲକର 44 ଏବଂ ରସୁଲପୁର ବ୍ଲକ ର 9ଟି ପଂଚାୟତକୁ ମିଶାଇ ମୋଟ 54ଟି ପଂଚାୟତ କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଆଉ ପର୍ଯ୍ୟଟନ ଆଦି କ୍ଷେତ୍ରରେ ବେଶ ଆଗୁଆ ହେଉଛି ଧର୍ମଶାଳା। ଗତ 2ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଅଣକଂଗ୍ରେସ ଗଡ଼ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀ। ଗତ 2014 ମସିହା ସାଧାରଣ ନିର୍ବାଚନରେ
ପ୍ରଣବ କୁମାର ବଳବନ୍ତରାୟ 85ହଜାରରୁ ଉର୍ଦ୍ଧ ଭୋଟରେ କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ରଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ଭାବେ ।ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ର 23ହଜାର 455 ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା 19ହଜାର 940 ଭୋଟ ପାଇଥିଲେ।
ଆଙ୍କର- ବାଜି ସାରିଛି ନିର୍ବାଚନ ବିଗୁଲ। ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । 1995 ମସିହାରୁ ଧର୍ମଶାଳା ବିଧାନସଭା ଆସନରୁ ଲଗାତାର 4ଥର ବିଧାୟକ ହୋଇଥିଲେ ସ୍ଵର୍ଗତ କଳ୍ପତୁରୁ ଦାସ। ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ 2014 ମସିହାରେ ନିଜ ପୁତ୍ର ପ୍ରଣବ କୁମାର ବଳବନ୍ତରାୟଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲେ କଳ୍ପତୁରୁ। ପ୍ରଣବ ସ୍ଵର୍ଗତ ପିତାଙ୍କର ଅଧୁରା ସ୍ୱପ୍ନ ପୂରଣ କରିବା ଏବଂ ଧର୍ମଶାଳାର ବିକାଶ କୁ ଆଉ ଦୁଇ ପାଦ ନବାକୁ ଲକ୍ଷ୍ୟ ରଖି ଜିଲ୍ଲାରେ ସର୍ବାଧିକ ଭୋଟରେ ଜିତିବାକୁ ଆଶା ରଖିଛନ୍ତି।

Body:ଭିଓ-1-ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏବେବି ପଛୁଆ ରହିଛି ଧର୍ମଶାଳା । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟରେ କାୟାମା ଲାଙ୍ଗୁଡି ଆଦି ବୌଦ୍ଧ ସ୍ଥଳୀର ବିକାଶ ପାଇଁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହଁ। ଅନ୍ୟପକ୍ଷରେ ଧର୍ମଶାଳାରେ ପାକୃତିକ ସମ୍ପଦର ବ୍ୟାପକ ଭାବେ ହରିଲୁଟ ଚାଲିଛି। ନିର୍ଵାଚନୀ ମଣ୍ଡଳର ରସୁଲପୁର ବ୍ଲକ ଚାଷୀ କ୍ଷେତ୍ରରେ ରାଜ୍ୟରେ ସୁନାମ ଆଣିଥିବା ବେଳେ ଅଦ୍ୟାବଧି ଶୀତଳ ଭଣ୍ଡାରଟିଏ ପ୍ରତିଷ୍ଠା ହୋଇପାରି ନାହିଁ। ସେପଟେ ରାଜ୍ୟରେ ପରିବା ହବ କୁହାଯାଉଥିବା ବାରବାଟୀ ପରିବା ବଜାର ଏବେବି ସମସ୍ୟା ଘେରରେ । ଚାଷୀମାନଙ୍କ ପାଇଁ ବିକ୍ରୟ ସୁବିଧା କେନ୍ଦ୍ର ନଥିବାରୁ ଦୈନଦିନ ଜାତୀୟ ରାଜପଥରେ ଚାଲିଛି ପରିବା ବଜାର। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର କୁହାଯାଉଥିବା ଜାରକା ବଜାର ଅବସ୍ଥା ସଙ୍ଗିନୀ । ଦୈନଦିନ ହଜାର ହଜାର ଲୋକ ଏଠାକୁ ଆସୁଥିବା ବେଳେ ରହିଥିବା ଗଳିପୋଲରେ ଟ୍ରାଫିକ ସମସ୍ୟା ବଢ଼ି ବଢ଼ି ଚାଲିଛି। ଦୀର୍ଘ ବର୍ଷ ହେବ ଏଠାରେ ଏକ ଫ୍ଲାଏଓଭର ବ୍ରିଜ ନିର୍ମାଣ କରାଯିବା ପାଇଁ ଦାବୀ ହୋଇଆସୁଥିଲେ ସୁଦ୍ଧା ଏଭଳି ସମସ୍ୟା ପ୍ରତି କାହାରି ଦୃଷ୍ଟି ପଡୁନାହିଁ। ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ଡଂକାରୀ ପାହାଡ଼ ମହାଳୁଟ ଘଟଣା ସମଗ୍ରହ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି। ନିକଟରେ ଧର୍ମଶାଳା ର ବିଜେପି ପ୍ରାର୍ଥୀ ଭାବେ ରମେଶ ପରିଡାଙ୍କୁ ଘୋଷଣା କରାଯାଇଛି। ଧର୍ମଶାଳାର ବିଭିନ୍ନ ମୌଳିକ ସମସ୍ୟା କୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣି ପାରି ହେବାକୁ ରଖିଛନ୍ତି ଆଶାଇ।
bite-1-ମାନସ ରଞ୍ଜନ କର, କଂଗ୍ରେସ ଆଶାଇ ପ୍ରାର୍ଥୀ
bite-2-ରମେଶ ପରିଡା,ବିଜେପି ପ୍ରାର୍ଥୀ
ଭିଓ-୨- ଧର୍ମଶାଳା ଅଞ୍ଚଳରେ ରହିଥିବା ସମସ୍ୟା ବିଶେଷ କରି କୃଷି ଜମିକୁ ପାନୀୟ ଜଳ ଯୋଗାଇବା , ଯୁବକ ମାନଙ୍କୁ ନିଯୁକ୍ତି ଦେବା,ସ୍ୱାସ୍ଥ୍ୟ, ଶିକ୍ଷାର ଯେ ବିକାଶ କରିବ ତାଙ୍କୁ ଭୋଟ ଦେବାକୁ ଧର୍ମଶାଳା ବାସୀ କହିଛନ୍ତି। ସେପଟେ ଧର୍ମଶାଳାରେ ରହିଥିବା ସମସ୍ୟାକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ବିଧାୟକ ପ୍ରଣବ। ଧର୍ମଶାଳାରେ ବିକାଶର ଯାତ୍ରା ଜାରି ରହିଛି ଓ ଆଗମୀ ଦିନରେ ଜାରି ରହିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ।
bite-3-ଧର୍ମଶାଳା ବାସିନ୍ଦା
ବିତେ-4-ପ୍ରଣବ କୁମାର ବଳବନ୍ତରାୟ, ବିଜେଡି ପ୍ରାର୍ଥୀ

Conclusion:ଗତ ନିର୍ବାଚନରେ କଂଗ୍ରେସ ନିଜର ଅମାନତ ହରାଇଥିଲା । ଚିଲିତ ନିର୍ବାଚନ ରେ ବିଜେଡି ,ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ଆଶା ରଖାଯାଉଛି।
Last Updated : Mar 30, 2019, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.