ETV Bharat / state

ନିଆରା ପରମ୍ପରା: ପ୍ରତିବର୍ଷ ବିରଜାକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ପଦଯାତ୍ରା କରନ୍ତି ଜଗନ୍ନାଥ ପ୍ରେମୀ

ଯାଜପୁରରୁ ପୁରୀଧାମକୁ ପଦଯାତ୍ରା ଆରମ୍ଭ କଲେ ଶତାଧିକ ଜଗନ୍ନାଥ ପ୍ରେମୀ । ୧୯୮୪ ମସିହା ରଥଯାତ୍ରା ସମୟରେ କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ବର ଗ୍ରାମରେ ଆରମ୍ଭ ହୋଇଥିଲା ପରମ୍ପରା । ଗ୍ରାମର ତାରିଣୀ ମନ୍ଦିରରୁ ନାମ ସଂକୀର୍ତ୍ତନ କରି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି । ଅଧିକ ପଢ଼ନ୍ତୁ

ଯାଜପୁରରୁ ଶ୍ରୀକ୍ଷେତ୍ରକୁ ପଦଯାତ୍ରାରେ ଶତାଧିକ ଜଗନ୍ନାଥ ପ୍ରେମୀ

author img

By

Published : Jun 27, 2022, 7:40 PM IST

Updated : Jun 27, 2022, 9:15 PM IST

ଯାଜପୁର: ନାମ ସଂକୀର୍ତ୍ତନ କରି ଶ୍ରୀକ୍ଷେତ୍ରକୁ ଯାତ୍ରା ଆରମ୍ଭ କଲେ ଶତାଧିକ ଜଗନ୍ନାଥ ପ୍ରେମୀ । ୧୯୮୪ ମସିହାରୁ ପ୍ରଚ୍ଚଳିତ ପ୍ରଥା ଅନୁସାରେ ପୁରୀକୁ ପଦଯାତ୍ରା ଆରମ୍ଭ କଲେ କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ବର ଗ୍ରାମବାସୀ । ୧୯୮୪ ମସିହା ରଥଯାତ୍ରା ସମୟରେ ଏହି ଗ୍ରାମର ରାଧେଶ୍ୟାମ ମହାନ୍ତି ନାମକ ବ୍ୟକ୍ତିଙ୍କ ସମେତ ୫ ଜଣ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ । ସେବେଠାରୁ ଏହାକୁ ପରମ୍ପରା କ୍ରମେ ବଞ୍ଚାଇ ରଖିଛନ୍ତି ଧନେଶ୍ବର ଗ୍ରାମବାସୀ ।

ନିଆରା ପରମ୍ପରା: ପ୍ରତିବର୍ଷ ବିରଜାକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ପଦଯାତ୍ରା କରନ୍ତି ଜଗନ୍ନାଥ ପ୍ରେମୀ

ତେବେ ଆଜି(ସୋମବାର) ବରିଷ୍ଠ ବ୍ୟକ୍ତି ଚିନ୍ମୟ କୁମାର ଦାସଙ୍କ ନେତୃତ୍ବରେ ଶତାଧିକ ଜଗନ୍ନାଥ ପ୍ରେମୀ ଗ୍ରାମର ତାରିଣୀ ମନ୍ଦିରରୁ ନାମ ସଂକୀର୍ତ୍ତନ କରି ପୁରୀ ଅଭିମୁଖେ ବାହାରିଛନ୍ତି । ରାସ୍ତାରେ ବିଭିନ୍ନ ଗ୍ରାମବାସୀ ଏଭଳି ପରମ୍ପରାକୁ ପ୍ରଶଂସା କରିବା ସହିତ ପଦଯାତ୍ରୀଙ୍କୁ ସମ୍ବର୍ଦ୍ଧନା କରିଥିଲେ ।

ଇଟିଭି ଭାରତ, ଯାଜପୁର

Last Updated : Jun 27, 2022, 9:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.